Breaking

ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ପି.ଜି.ଟିମାନଙ୍କ ନିମନ୍ତେ ଭର୍ଚୁଆଲ୍‌ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଏସ୍‌ସିଏସ୍‌ଟିଆର୍‌ଟିଆଇଠାରେ ୧୩ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଓ ୪୭ ଗୋଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟରତ ସମସ୍ତ ପୋଷ୍ଟଗ୍ରାଜୁଏଟ୍‌ ଶିକ୍ଷକଶିକ୍ଷୟିତ୍ରୀମାନଙ୍କ ନିମନ୍ତେ ତି୍ରଦିବସୀୟ ଯୁକ୍ତ-୨ ବିଜ୍ଞାନ/ବାଣିଜ୍ୟର ସମସ୍ତ ବିଷୟରେ ପର୍ଯ୍ୟାୟ କ୍ରମେ ଦଶଗୋଟି କାର୍ଯ୍ୟକ୍ରମ ଡିସେମ୍ବର ୧୪ ତାରିଖରୁ ଆରମ୍ଭ ହୋଇଛି । ଏହା ଜାନୁଆରୀ ୨୯ ତାରିଖ ମଧ୍ୟରେ ପର୍ଯ୍ୟାୟକ୍ରମେ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମ ୩୦ଗୋଟି କାର୍ଯ୍ୟଦିବସରେ ଭର୍ଚୁଆଲ୍‌ ମୋଡ୍‌ରେ ସମାହିତ ହେବ ।
ଆଜି ପୂର୍ବାହ୍ନ ୧୦ ଘଟିକା ସମୟରେ ପଦାର୍ଥ ବିଜ୍ଞାନର ପି.ଜି.ଟିମାନଙ୍କ ନିମନ୍ତେ ତି୍ରଦିବସୀୟ କାର୍ଯ୍ୟକ୍ରମର ଶୁଭାରମ୍ଭ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଉପଦେଷ୍ଟା ତଥା ନିର୍ଦ୍ଦେଶକ ଓ ସ୍ୱତନ୍ତ୍ର ଶାସନ ସଚିବ ପ୍ରଫେସର ଡକଫର ଅଖିଳ ବିହାରୀ ଓତାଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ୪୪ ଜଣ ପି.ଜି.ଟି ପ୍ରଶିକ୍ଷାର୍ଥୀ ସକି୍ରୟ ଭାବେ ଅଂଶଗ୍ରହଣ କରିଥିଲେ । ପ୍ରଫେସର ଓତା ତାଙ୍କର ଉଦ୍‌ଘାଟନୀ ଅଭିଭାଷଣରେ ଏହି କାର୍ଯ୍ୟକ୍ରମ ଦ୍ୱାରା ପ୍ରଶିକ୍ଷାର୍ଥୀ ମାନଙ୍କର ଶିକ୍ଷାଦାନରେ ଗୁଣାତ୍ମକ ବିକାଶ ସମ୍ଭବ ହେବ ବୋଲି ଆଶା ବ୍ୟକ୍ତ କରିଥିଲେ । ଏସ୍‌ସିଏସ୍‌ଟିଆର୍‌ଟିଆଇର ଏକାଡେମିକ୍‌ ପରଫରମାନ୍ସ ମନିଟରିଂ ସେଲ୍‌ (ଏପିଏମ୍‌ସି) ଦ୍ୱାରା ପ୍ରସ୍ତୁତ ବିଭିନ୍ନ ୱାର୍କବୁକ୍‌ ଓ କୋଶ୍ଚିନ୍‌ ବ୍ୟାଙ୍କ ତଥା ବିଷୟଭିତ୍ତିକ ଉପାଦେୟ ଭିଡ଼ିଓ ରେକର୍ଡିଂଗୁଡ଼ିକ ପରବର୍ତ୍ତୀ ସମୟରେ ସମସ୍ତ ଶିକ୍ଷକଙ୍କର ରେଫରେନ୍ସ ନିମନ୍ତେ ଉପଲବ୍ଧ ହୋଇପାରିବ ବୋଲି ଡ. ଓତା ସୂଚନା ଦେଇଥିଲେ ।

loading...

Leave A Reply

Your email address will not be published.