Breaking

ନବୀନତମ ଜ୍ଞାନକୌଶଳ ଗ୍ରହଣ କରୁଥିବା ବ୍ୟବସାୟିକ ସଂସ୍ଥା ଭାରତର ଆର୍ଥିକ ପୁନରୁଦ୍ଧାର ପାଇଁ ଉପଯୋଗୀ: ମାଇକ୍ରୋସଫ୍ଟ-ଆଇଡିସି ସର୍ଭେ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ନବୀନତମ ଜ୍ଞାନକୌଶଳ ଗ୍ରହଣ କରୁଥିବା ବ୍ୟବସାୟିକ ସଂସ୍ଥା ଭାରତର ଆର୍ଥିକ ପୁନରୁଦ୍ଧାର ପାଇଁ ଉପଯୋଗୀ: ମାଇକ୍ରୋସଫ୍ଟ-ଆଇଡିସି ସର୍ଭେ

କରୋନା ମହାମାରୀ ଯୋଗୁ ବିଶ୍ୱବ୍ୟାପି ବ୍ୟବସାୟ ପ୍ରତିଷ୍ଠାନର କାରବାରରେ ବାଧା ସୃଷ୍ଟି ହୋଇଛି । ତେବେ ମାଇକ୍ରୋସଫ୍ଟ-ଆଇଡିସି ପକ୍ଷରୁ ହୋଇଥିବା ଅଧ୍ୟୟନରୁ ଜଣାପଡ଼ିଛି ଯେ,ନବୀନତମ ଜ୍ଞାନକୌଶଳ ଗ୍ରହଣ କରୁଥିବା ବ୍ୟବସାୟିକ ସଂସ୍ଥା ଭାରତର ଆର୍ଥିକ ପୁନରୁଦ୍ଧାର ପାଇଁ ଉପଯୋଗୀ ହୋଇ ପାରିବେ । ଭାରତ ୭୭ ପ୍ରତିଶତ ବ୍ୟବସାୟିକ ସଂସ୍ଥାରେ ଏଭଳି ଧାରା ଜାରି ରହିଛି । ସେହିପରି ୭୯ ପ୍ରତିଶତ ସଂସ୍ଥା ମହାମାରୀ ସଙ୍କଟ ସୟମରେ ଡିଜିଟାଲ ପଦ୍ଧତିକୁ ଗ୍ରହଣ କରି ସଫଳ ହୋଇ ପାରିଛନ୍ତି ।
କୋଭିଡ୍‌-୧୯ ପରବର୍ତୀ ସମୟରେ ଉତ୍ପାଦ ଏବଂ ସର୍ଭିସ୍ କ୍ଷେତ୍ରରେ ଇନୋଭେଶନ୍ ଯୋଗୁ ସଫଳତା ମିଳିପାରିଥିବା ୬୪ ପ୍ରତିଶତ ଲୋକ ପ୍ରକାଶ କରିଛନ୍ତି । ସେହିପରି ସେବା କ୍ଷେତ୍ରରେ ଏହା ୩୨.୫ ପ୍ରତିଶତ ରହିଛି ।

ପୈସା ବଜାର ଡଟ୍ କମ୍ ଅନୁସାରେ ପୈସା ବଜାର ଷ୍ଟକ୍ ମାଇକ୍ରୋସଫ୍ଟ ଆଜୁରା ଏବଂ ଆଜୁରା ଏଆଇ ଦ୍ୱାରା ବେଶ୍ ସଫଳତା ହାସଲ କରିପାରିଛି । ଏହା ‘ କଲଚର ଅଫ୍ ଇନୋଭେଶନ: ଫାଉଣ୍ଡେଶନ ଫର୍ ବିଜନେସ୍ ରିସିଲିଏନ୍ସ୍ ଆଣ୍ଡ୍ ଇକୋନୋମିକ୍ ରିକଭରି ଇନ୍ ଏସିଆ ପାସିଫିକ୍‌’ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଏହି ରିପୋର୍ଟ ମାଇକ୍ରୋସଫ୍ଟ ଇଣ୍ଡିଆର ମୁଖ୍ୟ ଅପରେଟିଂ ଅଫିସର ରାଜୀବ ସୋଧୀ ଏବଂ ଭାରତ ତଥା ଦକ୍ଷିଣ ଏସିଆ ଆଇଡିସିର ପରିଚାଳନା ନିର୍ଦ୍ଦେଶକ ବସନ୍ତ ରାଓଙ୍କ ଦ୍ୱାରା ପୈସା ବଜାର ଡଟ୍ କମ୍‌ର ଚିଫ୍ ଟେକ୍ନୋଲୋଜି ଅଫିସର ମୁକେଶ ଶର୍ମା ଏବଂ ପୈସା ବଜାର ଡଟ୍ କମ୍‌ର ଅନ୍‌ସିକ୍ୟୁରଡ୍ ଲୋନ୍ସ ମୁଖ୍ୟ ତଥା ନିର୍ଦ୍ଦେଶକ ଗୌରବ ଅଗ୍ରୱାଲଙ୍କ ଉପସ୍ଥିତିରେ ପ୍ରକାଶ କରାଯାଇଛି ।

ସ୍ୱଳ୍ପ ସମୟ ମଧ୍ୟରେ ଗତ ୬ ମାସ ମଧ୍ୟରେ ଭାରତୀୟ ବ୍ୟବସାୟିକ ସଂସ୍ଥା ଇନୋଭେଶନ୍ କ୍ଷେତ୍ରରେ ୪ ପ୍ରତିଶତ ବୃଦ୍ଧି କରିଛନ୍ତି । ଡିଜିଟାଲ ଉତ୍ପାଦ ଏବଂ ସର୍ଭିସ୍ କ୍ଷେତ୍ରରେ ଆଗାମୀ ୩ ବର୍ଷରେ ୫୦ ପ୍ରତିଶତ ବୃଦ୍ଧି ସମ୍ଭାବନା ଦେଖାଦେଇଛି । ସମ୍ପ୍ରତି ଏହା ୩୬ ପ୍ରତିଶତ ରହିଛି ।

ଏନେଇ ଗତ ୬ ମାସ ମଧ୍ୟରେ ଭାରତର ୪୩୯ ବ୍ୟବସାୟିକ ନିଷ୍ପତି ଏବଂ ୪୩୮ ୱାର୍କରଙ୍କ ମଧ୍ୟରେ ସର୍ଭେ କରାଯାଇଥିଲା । ସେହିପରି ଏସିଆ ପାସିଫିକ୍ ଅଂଚଳର ୧୫ଟି ମାର୍କେଟରେ ୩,୩୧୨ ବ୍ୟବସାୟିକ ନିଷ୍ପତି ଏବଂ ୩,୪୯୫ ୱାର୍କରଙ୍କ ମଧ୍ୟରେ ଏହି ସର୍ଭେ ହୋଇଥିଲା । ବ୍ୟବସାୟିକ ସଂସ୍ଥାଗୁଡ଼ିକୁ ୪ଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ଟ୍ରାଡ଼ିସନାଲ, ଦ୍ୱିତୀୟ ପର୍ଯ୍ୟାୟରେ ନୋଭାଇସ୍‌, ତୃତୀୟ ପର୍ଯ୍ୟାୟରେ ଆଡପ୍ଟର ଏବଂ ଚତୁର୍ଥ ପର୍ଯ୍ୟାୟରେ ଲିଡରର୍ସଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା ।

ଏହି ଅବସରରେ ମାଇକ୍ରୋସଫ୍ଟ ଇଣ୍ଡିଆର ସିଓଓ ରାଜୀବ ସୋଧୀ
କହିଲେ, ଏବେ ଇନୋଭେଶନ ଇଛାଧୀନ ନୁହେଁ । ଏହା ଏକ ଆବଶ୍ୟକତା । ସାମ୍ପ୍ରତିକ ସଙ୍କଟ ଜନକ ସ୍ଥିତିରେ ବ୍ୟବସାୟିକ ସଂସ୍ଥା ଗୁଡ଼ିକ ସେମାନଙ୍କର କାରବାର ସ୍ୱାଭାବିକ ଭାବେ ପରିଚାଳନା କରିବା ଲାଗି କେତେକ ପରିବର୍ତନ ଆଣିଛନ୍ତି । ଏହାଦ୍ୱାରା ସେମାନେ ସୁଦୃଢ଼ ହୋଇ ପାରିଛନ୍ତି । ଏହା ଦ୍ୱାରା ଆର୍ଥିକ ସଙ୍କଟର ପୁନରୁଦ୍ଧାରର ମାର୍ଗ ଖୋଲିପାରିଛି । ପରବର୍ତୀ ୧୨ ମାସ ମଧ୍ୟରେ ୪୫ ପ୍ରତିଶତ ସଂସ୍ଥା ଜ୍ଞାନକୌଶଳ ବିକାଶ ଉପରେ ଧ୍ୟାନ ଦେବାର ଆଶା ରହିଛି । ଯାହାଦ୍ୱାରା ଉତ୍ପାଦ ଏବଂ ସର୍ଭିସ୍ କ୍ଷେତ୍ରରେ ବିକାଶ ସମ୍ଭବ ହୋଇପାରିବ । ଅଗାମୀ ଦିନରେ ଭାରତ ୧୮.୫ ପ୍ରତିଶତ ବ୍ୟବସାୟିକ ସଂସ୍ଥା ଇନୋଭେଶନ ଗ୍ରହଣ କରିବାକୁ ପସନ୍ଦ କରିବେ । ମାଇକ୍ରୋସଫ୍ଟ ସବୁବେଳେ ବ୍ୟବସାୟିକ ସଂସ୍ଥାଙ୍କ ସହାୟତା ପାଇଁ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ । ଏହା ଦ୍ୱାରା ଭାରତର ଆର୍ଥିକ କ୍ଷେତ୍ର ପ୍ରଶସ୍ତ ହେବାର ସମ୍ଭାବନା ରହିଛି ।

ଏହି ଅବସରରେ ଭାରତ ଏବଂ ଦକ୍ଷିଣ ଏସିଆ ଆଇଡିସିର ପରିଚାଳନା ନିର୍ଦ୍ଦେଶକ ବସନ୍ତ ରାଓ କହିଲେ, ବିକାଶ ଏବଂ ନୂତନତ୍ୱ ମଧ୍ୟରେ ଆମେ କାର୍ଯ୍ୟ କରିଥାଉ । କୋଭିଡ୍‌-୧୯ ସମୟରେ ୩୧ ପ୍ରତିଶତ ଭାରତୀୟସଂସ୍ଥା ସେମାନଙ୍କର ବ୍ୟବସାୟିକ ମଡେଲ ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ୫ ବର୍ଷ
ଧରି ପଛୁଆ ରହିଥିବା କହିଥିଲେ । ତେବେ ପରିବର୍ତନ ଦ୍ୱାରା ପୁଣି ସେମାନେ ସଫଳ ହୋଇପାରିଛନ୍ତି ।

ଏହି ଅବସରରେ ପୈସା ବଜାର ଡଟ୍ କମ୍‌ର ଚିଫ୍ ଟେକ୍ନୋଲୋଜି ଅଫିସର ମୁକେଶ ଶର୍ମା କହିଲେ, ବହୁ ବଡ଼ ବଡ଼ ବ୍ୟବସାୟିକ ସଂସ୍ଥା ଡିଜିଟାଲ ପ୍ରୋସେସ୍‌ର ଅଭାବ ଯୋଗୁ ପଛୁଆର ରହିଛନ୍ତି । ଏବେ ଆମକୁ ବାସ୍ତବତାକୁ ହୃଦୟଙ୍ଗମ କରିବାକୁ ପଡ଼ିବ । ଆମର ଲକ୍ଷ୍ୟ ଏବଂ ଗ୍ରାହକଙ୍କ ପସନ୍ଦକୁ ଗୁରୁତ୍ୱଦେବାକୁ ପଡ଼ିବ । ଗ୍ରାହକ ଏବେ ଲୋନ୍ କ୍ଷେତ୍ରରେ ପେପରଲେସ୍ ପ୍ରଣାଳୀକୁ ପସନ୍ଦ କରୁଛନ୍ତି । ଆମେ ଏଆଇ ଏବଂ କୋଜେନେଟିଭ୍ ସର୍ଭିସ୍ ଦ୍ୱାରାର ଲୋନ୍ ପ୍ରଣାଳୀକୁ ସହଜ କରିପାରିଛୁ । ପୈସା ବଜାର ଷ୍ଟେକ୍ ଦ୍ୱାରା ମାଇକ୍ରୋସଫ୍ଟ ଆଜୁରା ଏଆଇ ବ୍ୟବହାର କରାଯାଉଛି ।ଏହାଦ୍ୱାରା କେୱାଇସି ଭେରିଫିକେଶନ, ଇନକମ୍ ଏବଂ
ଏମ୍ପ୍ଲୟମେଂଟ୍ ଭାଲିଡେଶନ, ରିପେମେଂଟ୍ ସେଟ୍‌-ଅପ୍ ଏବଂ ଲୋନ୍ ଏଗ୍ରିମେଂଟ୍ କନସେଂଟ୍‌ରେ ସହଜ ହେଉଛି । ପୂର୍ବରୁ ଏହାର ଆପ୍ରୁଭାଲ୍ ପାଇଁ ୩ରୁ ୭ ଦିନ ସମୟ ଲାଗୁଥିବାବେଳେ ଏବେ ଏଥିପାଇଁ ୩ରୁ ୫ ଘଂଟା ସମୟ ଲାଗୁଛି ।

ମାଇକ୍ରୋସଫ୍ଟ ଏହାର ପ୍ଲାଟର୍ଫମ ଏବଂ ସର୍ଭିସ୍‌କୁ ଆଇଟି/ଆଇଟିଇଏସ୍‌,ରିଟେଲ, ହେଲଥ୍ କେୟାର ସମେତ ଅନ୍ୟ ଭାରତୀୟ ଉଦ୍ୟୋଗରେ ଉପଯୋଗ କରୁଛି । ଫଳରେ କୋଭିଡ-୧୯ ସଙ୍କଟ ସମୟରେ ସମ୍ପୃକ୍ତ ସଂସ୍ଥାଗୁଡ଼ିକର କାରବାର ସହଜ ହୋଇପାରିଛି ।

ମାଇକ୍ରୋସଫ୍ଟ ୧୯୭୫ରେ ସ୍ଥାପିତ ହୋଇଥିଲା । ୧୯୯୦ରେ ଏହା ଭାରତରେ କାର୍ଯ୍ୟ ଆରମ୍ଭ କରିଥିଲା । ସମ୍ପ୍ରତି ଏହାର କର୍ମଚାରୀ ସଂଖ୍ୟା ୧୧,୦୦୦ରୁ ଅଧିକ ରହିଛି । ଅହମ୍ମଦାବାଦ୍‌, ବେଙ୍ଗାଲୁରୁ, ଚେନ୍ନାଇ, ନୂଆଦିଲ୍ଲୀ, ଗୁରୁଗ୍ରାମ୍‌, ନୋଏଡ଼ା, ହାଇଦ୍ରାବାଦ୍‌, କୋଚି, କୋଲକାତା, ମୁମ୍ବାଇ ଏବଂ ପୁଣେ ଆଦି ୧୧ଟି ଭାରତୀୟ ସହରରେ ଏହାର କଷ୍ଟମର ସର୍ଭିସ୍ ଏବଂ ସପୋର୍ଟ କେନ୍ଦ୍ର ରହିଛି ।

loading...

Leave A Reply

Your email address will not be published.