Breaking

ଟ୍ରୋଲ ଆର୍ମି ଙ୍କ କନକ ଟ୍ରୋଲିଂ

0

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ:

ଆଜି ସନ୍ଧ୍ୟାରେ ଆଜ୍ ତକ୍ ନ୍ୟୁଜ୍ ର ଟ୍ୱିଟର ପେଜ୍ ରେ କନକ ନ୍ୟୁଜ ର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡଲ ରୁ କିଛି ଅଶାଳୀନ ମନ୍ତବ୍ୟ ଦେଖିବାକୁ ମିଳିଥିଲା। ଉକ୍ତ ଟ୍ୱିଟ ରେ କନକ ନ୍ୟୁଜ୍ ପକ୍ଷରୁ ଆଜ ତକ୍ ର ବିଶିଷ୍ଟ ସାମ୍ବାଦିକ ମାନଙ୍କ ପ୍ରତି ମଧ୍ୟ ଆକ୍ଷେପ କରିବା ଭଳି ଟ୍ୱିଟ କରାଯାଇଥିଲା।

ତେବେ କିଛି ସମୟ ପରେ ଉକ୍ତ ଟ୍ୱିଟ ଗୁଡ଼ିକୁ ଡିଲିଟ କରାଯିବା ସହ ଭୁଲ୍ ବଶତଃ ଏହିପରି ଟ୍ୱିଟ କେହି କରିଦେଇଛନ୍ତି ବୋଲି କନକ ନ୍ୟୁଜ୍ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଥିଲା।

ଏହି ଘଟଣା ପରେ ଟ୍ୱିଟର ରେ କନକ ନ୍ୟୁଜ୍ କୁ ଗଭୀର ନିନ୍ଦା କରାଯିବା ସହ ଏହି ନ୍ୟୁଜ କୁ ନେଇ ବେଶ୍ ସମାଲୋଚନା କରାଯାଇଛି। କିଛି ଲୋକ ଏହାକୁ କନକ ନ୍ୟୁଜ୍ ର ଟ୍ରେଣ୍ଡ ହେବାର ନୂଆ କୌଶଳ ବୋଲି କହୁଥିବା ବେଳେ କିଛି ଲୋକ ଶସ୍ତା ସାମ୍ବାଦିକତା ର ଆଖ୍ୟା ଦେଇଛନ୍ତି। ଅନ୍ୟ କିଛି ବ୍ୟକ୍ତି ଅଫିସିଆଲ୍ ଟ୍ୱିଟ ର ହ୍ୟାଣ୍ଡଲ ରୁ କିପରି ଏପରି ହୋଇପାରିଲା ବୋଲି ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।

ସୂଚନାଯୋଗ୍ୟ ଯେ କିଛି ଦିନ ପୂର୍ବେ ଏହିପରି କିଛି ସମାଲୋଚକ ଙ୍କ ଟ୍ୱିଟର ଆକାଉଣ୍ଟ କୁ ନେଇ କନକ ନ୍ୟୁଜ ପକ୍ଷରୁ ଟ୍ରୋଲ୍ ଆର୍ମି କହି ଏକ ନ୍ୟୁଜ ପରିବେଷଣ ହୋଇଥିଲା।

loading...

Leave A Reply

Your email address will not be published.