Breaking

ଭାଗ୍ୟ ବଦଳାଇ ଦେଲା ଗୋଟିଏ ଟ୍ୱିଟ

0

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ:

 

ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି ଇଲନ୍ ମସ୍କ ଙ୍କ ଗୋଟିଏ ଟ୍ୱିଟ ଗୋଟିଏ କମ୍ପାନୀର ଭାଗ୍ୟ ବଦଳାଇ ଦେଇଛି। ଗୋଟିଏ ଦିନରେ ଉକ୍ତ କମ୍ପାନୀର ସେୟାର ମୂଲ୍ୟ ପାଖାପାଖି ୧୧୦୦% ବୃଦ୍ଧି ପାଇଛି। ସୂଚନା ଯୋଗ୍ୟ ଯେ ଇଲନ୍ ମସ୍କ୍ ନିଜ ଟ୍ୱିଟର ଅନୁସରଣକାରୀ ମାନଙ୍କୁ “ସିଗନାଲ” ନାମକ ମେସେଜିଂ ଆପ ବ୍ୟବହାର କରିବାକୁ କହିଥିଲେ। ହ୍ୱାଟସଆପ ନିଜର ପ୍ରାଇଭେସି ପଲିସି ରେ ପରିବର୍ତ୍ତନ ପରେ ଇଲନ୍ ମସ୍କ ସିଗନାଲ୍ ବ୍ୟବହାର କରିବାକୁ କହିଥିଲେ।

ଏହି ଟ୍ୱିଟ ପରେ ସିଗନାଲ ଆପ୍ ର ବ୍ୟବହାର ବହୁଳ ଭାବରେ ହୋଇଥିଲା ଏବଂ ଗୁଗଲ ପ୍ଲେ ଷ୍ଟୋର ରେ ଏହା ଟ୍ରେଣ୍ଡିଂ ହୋଇଥିଲା। କିନ୍ତୁ ଏହା ସହିତ ସେୟାର ମାର୍କେଟ ରେ ମଧ୍ୟ ଏହି ଟ୍ୱିଟ ର ପ୍ରଭାବ ଦେଖିବାକୁ ମିଳିଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା ଇଲନ୍ କହିଥିବା ଆପ ର ମୂଳ କମ୍ପାନୀ ସିଗନାଲ ଫାଉଣ୍ଡେସନ ହୋଇଥିବା ବେଳେ ଲୋକ ଅନ୍ୟ ଏକ ଇଞ୍ଜିନିୟରିଂ ବସ୍ତୁ କମ୍ପାନୀ ସିଗନାଲ ଆଡଭାନ୍ସ କମ୍ପାନୀର ସେୟାର କିଣିବା ଆରମ୍ଭ କରିଥିଲେ। ଫଳରେ ଉକ୍ତ କମ୍ପାନୀର ସେୟାର ମୂଲ୍ୟରେ ଅହେତୁକ ବୃଦ୍ଧି ଘଟିଥିଲା।

ତେବେ ଇଲନ୍ ମସ୍କ ଙ୍କ ଗୋଟିଏ ଟ୍ୱିଟ ଉକ୍ତ କମ୍ପାନୀର ରାତାରାତି ଭାଗ୍ୟ ବଦଳାଇ ଦେଇଥିଲା।

ସୂଚନାଯୋଗ୍ୟ ଏହିପରି ସମାନ ନାମ ଯୋଗୁଁ ଆଗରୁ କେତେ କମ୍ପାନୀ ବିଭିନ୍ନ କାରଣ ପାଇଁ ଲୋକଙ୍କ ଆକ୍ରୋଶର ଶିକାର ହେବାର ନଜିର୍ ରହିଛି। ସ୍ନାପଚାଟ ସି ଇ ଓ ଙ୍କ ମନ୍ତବ୍ୟ ନେଇ ସ୍ନାପଡିଲ ର ସେୟାର ମୂଲ୍ୟ ଖସିବାର ଆଗରୁ ଦେଖାଯାଇଛି।

ତେବେ ଏଥିରୁ ଏତିକି ସ୍ପଷ୍ଟ ଭାବେ କହିହେବ ଯେ ସୋସିଆଲ ମିଡ଼ିଆର କିଛି ଖବର କେଉଁ କମ୍ପାନୀକୁ ଆକାଶକୁ ନେଇଯାଇ ପାରେ ତ କାହାକୁ ଭୂମିଷ୍ଠ କରାଇଦେଇପାରେ।

loading...

Leave A Reply

Your email address will not be published.