Breaking

ମହାନଦୀ ପଠାରୁ ଉଦ୍ଧାର ହେଲା ଇଂଜିନିୟରିଂ ଛାତ୍ରୀଙ୍କ ଅର୍ଦ୍ଧନଗ୍ନ ମୃତଦେହ

0

କଟକ: ମହାନଦୀ ପଠାରୁ ଇଂଜିନିୟରିଂ କଲେଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର । କଟକ ଜିଲ୍ଲା ଆଠଗଡ଼ ନିକଟର କନ୍ଦରପୁର ନିକଟରୁ ସନ୍ଦେହଜନକ ଅବସ୍ଥାରେ ମୃତଦେହକୁ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ଯୁବତୀଙ୍କ ମୃତଦେହରେ ଏକ କଳା ଜିନ୍ ପ୍ୟାଣ୍ଟ ରହିଛି। ଉପର ପୋଷାକଟି ନାହିଁ। କେବଳ ଯୁବତୀଙ୍କ ଅନ୍ତର୍ବସ୍ତ୍ର ରହିଛି।ମୃତ ଯୁବତୀ ଜଣକ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳର ଉମେଶ ମହାରଣାଙ୍କ ଝିଅ ସୀମା ମହାରଣା ବୋଲି ଜଣାପଡିଛି। ଆଠଗଡ ପୋଲିସ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।ପ୍ରାଥମିକ ତଦନ୍ତରୁ ଯୁବତୀ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ ଏହା ଆତ୍ମହତ୍ୟା ନା ହତ୍ୟା ତାହା ଅସ୍ପଷ୍ଟ ରହିଛି ।

You May Like Here:

            ⇓

loading...

Leave A Reply

Your email address will not be published.