ଭୁବନେଶ୍ୱର:ମାଓବାଦୀ ନେତା ସବ୍ୟସାଚ୍ଚୀଙ୍କ ପତ୍ନୀ ଶୁଭଶ୍ରୀ ପଣ୍ଡା ଓରଫ୍ ମିଲି କଂଗ୍ରେସରେ ଯୋଗ ଦେଇଛନ୍ତି । ସେପଟେ ନୀଳଗିରି ରାଜ ପରିବାରର ବୋହୁ ମନୋଜା ମଞ୍ଜରୀ ଦେବୀ ମଧ୍ୟ କଂଗ୍ରେସରେ ମିଶିଛନ୍ତି । ଉଭୟ ଆଜି କଂଗ୍ରେସ ଭବନ ଆସି ଦଳରେ ମିଶିଛନ୍ତି । କଂଗ୍ରେସ ସେମାନଙ୍କୁ ଦଳରେ ସ୍ୱାଗତ କରିଛି ।ଶୁଭଶ୍ରୀ ପଣ୍ଡା ବିଜେଡିରେ ସାମିଲ ହେବେ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା । କିନ୍ତୁ ଆଜି ମିଲି ପିସିସି ପ୍ରଭାରୀ ଜିତେନ୍ଦ୍ର ସିଂଙ୍କ,ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଉପସ୍ଥିତିରେ ହାତ ଧରିଛନ୍ତି ।ମିଲି ଆଗରୁ ରାଜନୀତିକୁ ଆସିବା ପାଇଁ ଉଦ୍ୟମ କରିଥିଲେ । ଏବେ ଆସି ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି ।
Breaking
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମମତା ବାନାର୍ଜୀବିଶ୍ବ ଜଳ ଦିବସ ଅବସରରେ ସମ୍ବାଦ ଡିଜିଟାଲ୍ ର ବି-ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିଯୋଗିତା ଘୋଷଣାWATCO observed ‘World Water Day 2023’Ramadan 2023: 5 ways you can enjoy Iftar if you have diabetesState’s First Digital Reading Corner for Visually Challenged Girl Students inaugurated at Rama Devi Women’s University