Breaking

ଭାରତୀୟ ଯୋଗ ସଂସ୍ଥାନ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

0

ବିଶ୍ୱ ଯୋଗ ଦିବସ ଅବସରରେ ଭାରତୀୟ ଯୋଗ ସଂସ୍ଥାନ ତରଫରୁ ଆନ୍ତର୍ଜାତୀୟ ଯୋଗ ଦିବସ ଭୁବନେଶ୍ୱର ସହିଦ୍‌ନଗର ସ୍ଥିତ ଇମଫା ପାର୍କ ଠାରେ ଅନୁଷ୍ଠିତ ହୋଇଯାଇଛି । ଯୋଗ କେବଳ ଏକ ଶାରିରୀକ ବ୍ୟାୟାମ ନୁହେଁ ବରଂ ଶରୀରକୁ ନୂତନ ଶକ୍ତି ଯୋଗାଇଥାଏ । କରୋନା ସମୟରେ ବିଶ୍ୱକୁ ଯୋଗ ହିଁ ପ୍ରତିଷେଧମୂଳକ ସଦୃଶ ଔଷଧ ହୋଇଥିଲା । ସାଂମ୍ପ୍ରତିକ ଚାପଗ୍ରସ୍ତ ଦୁନିଆରେ ଯୋଗର ମହ୍ୱ ଓ ବେଶ୍ ପ୍ରାସଙ୍ଗିକତା ରହିଛି । ଜୀବନରେ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ପାଇଁ ଯୋଗ ହିଁ ଏକ ବୈଜ୍ଞାନିକ ପ୍ରୟୋଗ । ଭାରତର ପ୍ରାଚୀନ ସଂସ୍କୃତିରୁ ଆସିଥିବା ଏହି ଯୋଗ ପରମ୍ପରାକୁ ବିଶ୍ୱସ୍ତରରେ ଆପଣା ଯାଇପାରିଛି ବୋଲି ଅନୁଷ୍ଠାନର ପ୍ରମୁଖ ସଦସ୍ୟ ଶ୍ରୀ ପ୍ରଦୀପ ପ୍ରଧାନ ମତପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭାରତୀୟ ଯୋଗ ସଂସ୍ଥାନର ଅନ୍ୟାନ୍ୟ ପ୍ରମୁଖ ସଦସ୍ୟ ଶ୍ରୀମତି ନମିତା ପାଲି, ଜ୍ୟୋର୍ତିମୟୀ ବିଶ୍ୱାଳ, ଶ୍ରୀୟା ଆଚାର୍ଯ୍ୟ, ଅବିନାଶ ରାଉତ, ସ୍ମୀତା ମହାନ୍ତି, ପ୍ରଦୀପ କୁମାର ସାହୁ, ପ୍ରମୋଦ କୁମାର ସାହୁ ଓ ଅନ୍ୟାନ୍ୟ ପ୍ରମୁଖ ସଦସ୍ୟ ବୃନ୍ଦ ଉପସ୍ଥିତ ରହି ଯୋଗ ଅଭ୍ୟାସ କରିବା ସହ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିଥିଲେ ।

loading...

Leave A Reply

Your email address will not be published.