Breaking

ୱିସ୍ ଅନୁଷ୍ଠାନ ପକ୍ଷରୁ ବୃଦ୍ଧବୃଦ୍ଧା ମାନଙ୍କୁ ଖାଦ୍ୟ ଓ ବସ୍ତ୍ର ବଣ୍ଟନ

0

ଭୁବନେଶ୍ବର :ଦୀପାବଳି ଉପଲକ୍ଷେ ଟଙ୍କପାଣି ରୋଡ଼ ସ୍ଥିତ ଆନନ୍ଦ ବୃଦ୍ଧାଶ୍ରମରେ ଓ୍ବିସ ଫାଉଣ୍ଡେସନର ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଶ୍ରମରେ ଥିବା ୩୫ ଜଣ ବୃଦ୍ଧବୃଦ୍ଧା ମାନଙ୍କୁ ଫାଉଣ୍ଡେସନ ତରଫରୁ ଖାଦ୍ୟ ଦିଆ ଯାଇଥିଲା। ଏଥିସହ ସେମାନଙ୍କୁ ବସ୍ତ୍ର ସହ ଆବଶ୍ୟକ ସାମଗ୍ରୀ ମଧ୍ୟ ଯୋଗାଇ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଅନୁସୃତା ସିଂ ଦେଓ ଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସେଠାରେ ଉପସ୍ଥିତ ଥିଲେ। ଆଗାମୀ ଦିନରେ ଫାଉଣ୍ଡେସନ ତରଫରୁ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ କରାଯିବ ବୋଲି ସଭାପତି ସୂଚନା ଦେଇଛନ୍ତି।

loading...

Leave A Reply

Your email address will not be published.