Breaking

ଆଜିଠାରୁ ବିଧାନସଭା ଶୀତକାଳୀନ ଅଧିବେଶନ

0

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ:

ସର୍ବଦଳୀୟ ବୈଠକର ନିଷ୍ପତ୍ତି ଅନୁଯାୟୀ ଆଜିଠାରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଛି। କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଚଳିତ ଅଧିବେଶନ ଆରମ୍ଭ ହେଉଛି। ଏ ନେଇ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଗାନ୍ଧି ମାର୍ଗରେ ଧାରଣା ପାଇଁ ବିଶେଷ ଧ୍ୟାନ ଦିଆଯାଇଛି। ତେବେ ଧାରଣା ପାଇଁ କୌଣସି ସଂଗଠନ ଆବେଦନ କରିନଥିବାରୁ ଭବିଷ୍ୟତରେ କରୋନା ସଂକ୍ରମଣକୁ ଧ୍ୟାନ ଦେଇ ଅନୁମତି ଦିଆଯିବ ବୋଲି କୁହାଯାଇଛି। ଏହି ଅଧିବେଶନରେ ଅର୍ଥମନ୍ତ୍ରୀ ଅନୂପୁରକ ବଜେଟ୍ ଉପସ୍ଥାପନ କରିବାର ଯୋଜନା ରହିଛି। ତେବେ ଚଳିତ ବର୍ଷ ଶୀତକାଳୀନ ଅଧିବେଶନରେ ପ୍ରଶ୍ନକାଳ ରହିବ ନାହିଁ ବୋଲି ସୂଚନା ଦିଆଯାଇଛି।

loading...

Leave A Reply

Your email address will not be published.