Breaking

ବେକାରି ଚିନ୍ତା

ସରକାରୀ ଚାକିରି ପାଇଁ ସର୍ବୋଚ୍ଚ ବୟସସୀମା ୩୨ ବର୍ଷରୁ ୪୨ ବର୍ଷକୁ ବୃଦ୍ଧି କରାଯାଉ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ସରକାରୀ ଚାକିରୀ ନିଯୁକ୍ତି ବ୍ୟବସ୍ଥାରେ ଘୋର ଅନିୟମିତତା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ପ୍ରତିବର୍ଷ ସୂଚାରୁରୂପେ ସରକାରୀ ଚାକିରିର ନିୟୋଜନ ବିଜ୍ଞପ୍ତି ପ୍ରକାଶନ ଉତ୍ତାରେ ଏକ ନିର୍ଦ୍ଧିଷ୍ଟ ସମୟର ଅବଧି ମଧ୍ୟରେ ହୋଇପାରୁ ନଥିବାରୁ ଏନେକ ମେଧାବୀ ଛାତ୍ରଙ୍କର ପରୀକ୍ଷା ପ୍ରସ୍ତୁତିରେ ନିରନ୍ତରତା ବ୍ୟାହତ ହେଉଛି ତଥା ବୟସ ମଧ୍ୟ ଚାଲିଯାଉଛି । ପକ୍ଷାନ୍ତରେ ମେଧାର ଅବମୂଲ୍ୟାୟନ ହେଉଛି । ସରକାର ମଧ୍ୟ ଏ ସମସ୍ତ ଘଟଣା ପ୍ରତି ଉଦାସୀନ ଓ କାଳକ୍ଷେପଣ ନୀତି ଅବଲମ୍ବନ କରୁଛନ୍ତି । ଷ୍ଟାଫ୍ ସିଲେକ୍ସନ କମିଶନ, ପବ୍ଲିକ୍ ସର୍ଭିସ୍ କମିଶନ, ଷ୍ଟେଟ୍ ସିଲେକ୍ସନ ବୋର୍ଡ ତଥା ଅନ୍ୟାନ୍ୟ ବୋର୍ଡ ଯଦି ସକ୍ରିୟ ଭାବେ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ଏକବର୍ଷ ମଧ୍ୟରେ ସମାପ୍ତ କରନ୍ତେ, ତେବେ ବିଶେଷ ଅସୁବିଧା ହୁଅନ୍ତା ନାହିଁ । ଅନେକ କ୍ଷେତ୍ରରେ ଦେଖା ଯାଉଛି ବିଜ୍ଞପ୍ତି ପ୍ରକାଶ ହେବାର ୮ ରୁ ୯ ବର୍ଷ ପରେ ମଧ୍ୟ ପରୀକ୍ଷା ହେଉଛି ବା ଠିକ ସମୟରେ ମଧ୍ୟ କେତେକ ପରୀକ୍ଷା ହୋଇପାରୁ ନାହିଁ । ଫଳତଃ ଏକ ପୀଢି ଅନ୍ତର ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ । ଅନେକ ଆଶାୟୀ ପରୀକ୍ଷାର୍ଥୀ ମଧ୍ୟ ସୁଯୋଗରୁ ବଂଚିତ ହେଉଛନ୍ତି । ବିଧାନସଭାର ମଧ୍ୟ ବୟସକୁ ନେଇ ଆଲଚନା ହେଇଥିଲା । ଅନ୍ୟ ରାଜ୍ୟ ଯଥା ଗୋଆରେ ୪୫ ବର୍ଷ, ତେଲେଙ୍ଗାନାରେ ୪୪ ବର୍ଷ, ଉତ୍ତରାଖଣ୍ଡ, ଆନ୍ଧ୍ରପ୍ରଦେଶ ଓ ହରିୟାଣା ରେ ୪୨ ବର୍ଷ । ସେହିଭଳି ପଶ୍ଚିମବଙ୍ଗ, ତ୍ରିପୁରା, ଉତ୍ତରପ୍ରଦେଶ, ରାଜସ୍ଥାନ ଓ ମଧ୍ୟପ୍ରଦେଶ ଆଦି ରାଜ୍ୟ ମାନଙ୍କରେ ୪୦ ବର୍ଷ ପର୍ଯନ୍ତ ବଢା ଯାଇଛି । ଓଡିଶାରେ ନିକଟରେ ସରକାରୀ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟାପକ ନିଯୁକ୍ତିରେ ସର୍ବୋଚ୍ଚ ବୟସ ସୀମା ୩୩ ବର୍ଷରୁ ୪୮ ବର୍ଷ ପର୍ଯନ୍ତ୍ୟ ବୃଦ୍ଧି କରାଯାଇଛି । ତେଣୁ ସରକାରୀ ଚାକିରିର ବୟସ ସୀମା ୩୨ ବର୍ଷରୁ ୪୨ ବର୍ଷକୁ ବୃଦ୍ଧି କରାଗଲେ ନିଶ୍ଚିତ ଭାବେ ଆଶାୟୀ ମେଧାବୀ ପରୀକ୍ଷାର୍ଥୀ ଗଣ ଉପକୃତ ହୁଅନ୍ତେ । ବୟସ ବୃଦ୍ଧିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଶତାଧିକ ଆଶାୟୀ ଏକ ସ୍ମାରକପତ୍ର ଦେଇଛନ୍ତି।

loading...

Leave A Reply

Your email address will not be published.