Breaking

ବେକାରି ପାଈ ସରକାର ଦାୟୀ

ସରକାରୀ ଚାକିରୀ ଆବେଦନ ବୟସ ସୀମା ୩୨ ରୁ୪୨ କରିବାକୁ ତାରା ଓ ସୁରଙ୍କ ଦାବି

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଅଚିନ୍ତାରେ ରାଜ୍ୟ ସରକାର।ବଢି ଚାଲିଛି ବେକାରି ସମସ୍ୟା।ସାଧାରଣ ବର୍ଗ ଆଶାୟୀଙ୍କ ଉପରେ ଦାଉ ସାଧୁଛନ୍ତି ରାଜ୍ୟ ସରକାର।କେତେବେଳେ ଚାକିରି ନାଇ ତ କେତେବେଳେ ଚାକିରି ବାହାରିଲା ବେଳକୁ ଆବେଦନ ପାଈ ବୟସ ନାଇ।ଭାଙ୍ଗି ପଡୁଛନ୍ତି ଆଶାୟୀ ପ୍ରର୍ଥୀ। ଗତକାଲି ବିଧାନ ସଭାରେ ଏ ନେଇ ଦାବି ଉଠାଇଛନ୍ତି ସୁର ରାଉତରାୟ ଓ ତାରା ବାହୀନିପତି।ବୟସ ସୀମା ୩୨ ରୁ ୪୨କୁ ବୃଦ୍ଧି ପାଈ ଦାବି କରିଛନ୍ତି ଉଭୟ ବିଧାୟକ ।ଅନ୍ୟରାଜ୍ୟ ଆସାମ ,ତ୍ରୀପୁରା ,ମଧ୍ୟପ୍ରଦେଶ,ଉତ୍ତରାଖଣ୍ଡ, ହରିୟାଣା ପରି ରାଜ୍ୟ ମାନଙ୍କରେ ସରକାର ଆବେଦନ ବୟସ ସୀମା ୪୨/ ୪୪ କରିଛନ୍ତି।ତେବେ ଓଡିଶା ସରକାର ଏ ନେଇ ଚୁପ୍ କାହିଁକି ବୋଲି ପ୍ରଶ୍ନ କରିଛନ୍ତି।ରାଜ୍ୟରେ ଆଶାୟୀ ବେକାର ହୋଇ ବୁଲୁଛନ୍ତି।ସରକାର ଏ ବିଷୟକୁ ଗମ୍ଭୀରତାର ସହ ନେବାସହ ମୁଖ୍ୟମନ୍ତ୍ରୀ ଏ ନେଇ ଦୃଷ୍ଟିନିକ୍ଷେପ କରନ୍ତୁ ବୋଲି ଉଭୟ ତାରା ଓ ସୁର ଦାବୀ କରିଛନ୍ତି।

loading...

Leave A Reply

Your email address will not be published.