Breaking

ଉଦଘାଟିତ ହେଲା ତୋଷାଳି ମେଳା

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଆରମ୍ଭ ହେଲା ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ୨୦୧୯ ତଥା ଚତୁର୍ଦଶ ସଂସ୍କରଣ । ହସ୍ତତନ୍ତ୍ର ବୟନ ଶିଳ୍ପ ମନ୍ତ୍ରୀ ପଦ୍ମୀନୀ ଦିଆନ ଏହି ମେଳାକୁ ଉଦଘାଟନ କରିଛନ୍ତି । ଚଳିତ ବର୍ଷ ତୋଷାଳୀ ମେଳାରେ ୩୮୦ଟି ଷ୍ଟଲ ପଡିଥିବା ବେଳେ ପାଖାପାଖି ୫୦ଟି ଫୁଡ୍ ଷ୍ଟଲ୍ ପଡିଛି। ଉଦଘାଟନୀ କାର୍ଯ୍ୟକ୍ରମରେ ହସ୍ତଶିଳ୍ପୀରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୨ ଜଣଙ୍କୁ ସମ୍ମାନୀତ କରାଯାଇଛି ଓ ଏହି ତୋଷାଳୀ ମେଳା ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ବିଗତ ବର୍ଷ ମାନଙ୍କ ପରି ଚଳିତ ବର୍ଷ ମଧ୍ୟ ଭଲ ବ୍ୟବସାୟ ସହ ଲୋକ ମାନଙ୍କ ଗହଣରେ ଆଦୃତ ହୋଇ ପାରିବ ବୋଲି ମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।

loading...

Leave A Reply

Your email address will not be published.