Breaking

ମାଡ଼ି ଆସୁଛି ‘ତିତ୍‌ଲି’ : ଘଣ୍ଟାକୁ ୧୫ କିମି ବେଗରେ ଓଡ଼ିଶା ମୁହାଁ

ରେଳବାଇ ପକ୍ଷରୁ ୮ଟି ଟ୍ରେନ ବାତିଲ,ଇଣ୍ଡିଗୋ ବିମାନର ଉଡ଼ାଣ ବାତିଲ

0

ଭୁବନେଶ୍ୱର: ଅତି ଭୟଙ୍କର ସାମୁଦ୍ରିକ ଘୂର୍ଣ୍ଣିଝଡ଼ର ରୂପ ନେଇଛି ‘ତିତଲି’ । ବଙ୍ଗୋପସାଗରରେ ସୃଷ୍ଟ ଏହି ଘୂର୍ଣ୍ଣିଝଡ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଆହୁରି ଅଧିକ ଘନୀଭୂତ ହେବା ଆଶଙ୍କା କରାଯାଉଛି । ବାତ୍ୟା ‘ତିତଲି’ର ପ୍ରଭାବରେ ରାଜ୍ୟର ସବୁ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି। ବର୍ତ୍ତମାନ ଏହି ବାତ୍ୟା ଗୋପାଳପୁରଠାରୁ ୨୩୦ କିଲୋମଟିର ଓ କଳିଙ୍ଗପଟ୍ଟନମ୍‌ଠାରୁ ୧୯୦କିଲୋମିଟର ଦୂରରେ ରହିଛି । ଆସନ୍ତାକାଲି ସକାଳ ସାଢ଼େ ୫ଟା ବେଳକୁ ଗୋପାଳପୁର ପାଖରେ ସ୍ଥଳଭାଗ ଛୁଇଁବ ବାତ୍ୟା । ସକାଳେ ସାଢ଼େ ୮ଟାରୁ ୯ଟା ଭିତରେ Eye Of The Strom ସ୍ଥଳଭାଗ ଦେଇ ଗତି କରିବ । ସ୍ଥଳଭାଗ ଛୁଇଁଲା ବେଳକୁ ପବନର ବେଗ ଘଣ୍ଟାପ୍ରତି ୧୬୫ କିଲୋମିଟର ପର୍ଯ୍ୟନ୍ତ ଛୁଇଁପାରେ ।ବାତ୍ୟାରେ ‘ଜିରୋ କାଜୁଆଲିଟି’ ବା ଯେମିତି କେହି ମୃତାହତ ନ ହୁଅନ୍ତି ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ଆଜି ବସିଥିବା ବୈଠକରେ ମୁଖ୍ୟମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଏହା ୧୧ ଓ ୧୨ ଦିନ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି।

ସାମୁଦ୍ରିକ ଘୂର୍ଣ୍ଣିଝଡ଼ ତିତଲି ପାଇଁ ଆଜି ରାତି ୧୦ଟା ପରଠାରୁ ଭୁବନେଶ୍ୱରରୁ ଟ୍ରେନ ଚଳାଚଳକୁ ବନ୍ଦ ରଖାଯାଇଛି ବୋଲି ଇଷ୍ଟକୋଷ୍ଟ ରେଲୱେର ମୁଖ୍ୟ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋତିପ୍ରକାଶ ମିଶ୍ର ପ୍ରକାଶ କରିଛନ୍ତି । ସେ କହିଛନ୍ତି ଖୋର୍ଦ୍ଧା ରୋଡ଼ରୁ ବିଜୟନଗରମ ପର୍ଯ୍ୟନ୍ତ ରେଳ ଚଳାଚଳ ବନ୍ଦ ରଖାଯାଇଛି । ୮ଟି ଟ୍ରେନକୁ ବାତିଲ କରାଯାଇଥିବା ବେଳେ ୧୮ଟି ଟ୍ରେନର ଗତିପଥ ବଦଳ କରାଯାଇଛି ।

ବାତ୍ୟା ତିତଲି ପାଇଁ କେବଳ ଟ୍ରେନ୍ ନୁହଁ ବିମାନକୁ ମଧ୍ୟ ବାତିଲ କରାଯାଇଛି। ଆସନ୍ତାକାଲି ଭୁବନେଶ୍ୱରରୁ ଛାଡିବାକୁ ଥିବା ଇଣ୍ଡିଗୋ ବିମାନର ୫ଟି ବିମାନକୁ ବାତିଲ କରାଯାଇଛି। ସେହିପରି ଆଜି ରାତିରେ ଭୁବନେଶ୍ୱର ବିମାନବନ୍ଦର ପରିସରରେ କୌଣସି ବିମାନ ପାର୍କିଂ କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି।

ତଳିଅା ଅଞ୍ଚଳ ପାଇଁ SRCଙ୍କ ସୂଚନା:

-ବାତ୍ୟା ତିତ୍‌ଲି ଭୟଙ୍କର ରୂପ ନେବା ନେଇ SRC ସୂଚନା ଦେଇଛନ୍ତି । ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ସମ୍ଭାବନା ସହ ବିଭିନ୍ନ ନଦୀରେ ବନ୍ୟା ଅାଶଙ୍କା ଥିବା ସେ କହିଛନ୍ତି ।

– ତଳିଅା ଅଞ୍ଚଳ ଗୁଡିକୁ ପାଇଁ ସତର୍କ ସୂଚନା ଦିଅାଯାଇଛି ।

-୮୩୬ଟି ବାତ୍ୟା ଅାଶ୍ରୟସ୍ଥଳୀକୁ ଲୋକଙ୍କୁ ସ୍ଥାନାନ୍ତର ପାଇଁ କୁହାଯାଇଛି। ଏପରିକି ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସଜାଗ କରାଯାଇଥିବା ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି।

loading...

Leave A Reply

Your email address will not be published.