Breaking

ୟୁବେଏୟୁକୁ ଟାଇମ୍ ହେଲଥ୍ ଆଇକନ୍ ଓଡିଶା ଆଓ୍ବାର୍ଡ

0

ଭୁବନେଶ୍ବର: ଇଭୋସ ପକ୍ଷରୁ ପଞ୍ଚମ ଟାଇମ୍ ହେଲଥ୍ ଆଇକନ୍ ଓଡିଶା ଆଓ୍ବାର୍ଡ ଆୟୋଜିତ ହୋଇଛି। ଏହି ଅବସରରେ ଶ୍ରେଷ୍ଠ ସ୍କିନ୍ କେୟାର କ୍ଲିନିକ୍ ପାଇଁ ଓଡିଶାର ଅଗ୍ରଣୀ ପ୍ରିମିୟମ ଆଷ୍ଟେଟିକ୍ କ୍ଲିନିକ୍ ୟୁବେଏୟୁ’କୁ ଟାଇମ୍ ହେଲଥ୍ ଆଇକନ୍ ଆଓ୍ବାର୍ଡ ପ୍ରଦାନ କରାଯାଇଛି। ୟୁବେଏୟୁ’ର ପ୍ରତିଷ୍ଠାତା ଡ.ସମ୍ପଦା ସେଠିଆ ଉପସ୍ଥିତ ରହି ଏହି ଆଓ୍ବାର୍ଡକୁ ଗ୍ରହଣ କରିଛନ୍ତି। ଏହି ସମୟରେ ମୁଖ୍ୟ ଅତିଥିଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗଦେଇଥିବା ବେଳେ ବଲିଉଡ୍ ଅଭିନେତା ଅନୁପମ ଖେର, ଟାଇମ୍ସ ଗ୍ରୁପର ଆଞ୍ଚଳିକ ମୁଖ୍ୟ ବିମାନ ଦତ୍ତ, ଇଭୋସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ କଳିଙ୍ଗ କେଶରୀ ରଥ ପ୍ରମୁଖ ଉପସ୍ଥିତ ଥିଲେ।
ୟୁବେଏୟୁ ହେଉଛି ଅନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠା ଲାଭ କରିଥିବା ବିୟୁଟି କ୍ଲିନିକ୍। ବିଶେଷକରି ହାଇଡ୍ରା ଫେସିଆଲ, ଅଲଥେରାପୀ ଓ ବାଲାନ୍ସ ପ୍ରୋ ପାଇଁ ଏହା ପ୍ରସିଦ୍ଧ। ଏହାର ଏଫଡିଏ- ଅନୁମୋଦିତ ଚିକିତ୍ସା, ଆନ୍ତର୍ଜାତୀୟ ସ୍ତରରେ ତାଲିମପ୍ରାପ୍ତ କର୍ମଚାରୀ ଏବଂ ଡ.ସମ୍ପଦାଙ୍କ ଉପଯୁକ୍ତ ଜ୍ଞାନ ଏବଂ ଉଷ୍ମତା ଦ୍ୱାରା ଏହି କ୍ଲିନିକ୍ ପରିପକ୍ୱ ମାନକ ପାଇଁ ଏକ ସୁନାମ ଅର୍ଜନ କରିଛି |

loading...

Leave A Reply

Your email address will not be published.