ରାଜ୍ୟର ଅଗ୍ରଣୀ ମାସିକ ପତ୍ରିକା “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ୧୧ତମ ବାର୍ଷିକ ଉତ୍ସବ ହୋଟେଲ୍ ସ୍ୱସ୍ତି ପ୍ରିମିୟମ୍, ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ଡ଼କ୍ଟର ଅଚ୍ୟୁତ୍ ସାମନ୍ତ ଯୋଗଦେଇ “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ୧୧ବର୍ଷର ଯାତ୍ରାର ଅଭିଯାନକୁ ଭୁୟଷୀ ପ୍ରଶଂସା କରିବା ସହ ଅନୁଷ୍ଠାନ ପକ୍ଷରୁ ନିଆଯାଇଥିବା ଏହିଭଳି ଅନନ୍ୟ ପଦକ୍ଷେପ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ପ୍ରଶାନ୍ତ ନନ୍ଦ ଓ ପଦ୍ମବିଭୂଷଣ ଶ୍ରୀ ସୁଦର୍ଶନ ସାହୁ ଉଦ୍ଘାଟନ କରି ସମ୍ବର୍ଦ୍ଧିତ ବ୍ୟକ୍ତିବିଶେଷଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସ୍ୱତନ୍ତ୍ର ଅତିଥି ଭାବେ ଓଡ଼ିଶା କ୍ରିକେଟ୍ ଏକାଡ଼େମୀ ସଭାପତି ଶ୍ରୀ ପଙ୍କଜ ଲୋଚନ ଦାସ, ଗୁପ୍ତା ପାୱାର୍ର ମୁଖ୍ୟ ନିର୍ଦ୍ଦେଶକ ଶ୍ରୀଯୁକ୍ତ ମହେନ୍ଦ୍ର ଗୁପ୍ତା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପଦ୍ମ ଭୂଷଣ ଡ଼ଃ ପ୍ରତିଭା ରାୟ, ଶ୍ରୀମତୀ ଗୁହା ପୁନମ୍ ତାପସ୍ କୁମାର (ଆଇ.ଏ.ଏସ୍, ସି.ଇ.ଓ, ଓରମାସ୍), ରଞ୍ଜନ କୁମାର ଦାସ (ଆ.ଇ.ଏ.ଏସ୍, ନିର୍ଦ୍ଦେଶକ, ସଂସ୍କୃତି ବିଭାଗ), ସୌମେନ୍ଦ୍ର ପ୍ରିୟଦର୍ଶୀ (ପୋଲିସ୍ କମିଶନର, ଦ୍ୱୌତନଗରୀ), ପ୍ରିୟଦର୍ଶି ମିଶ୍ର, ପୂର୍ବତନ ବିଧାୟକ, ଜେ.କେ. ମହାନ୍ତି, ଏମ୍.ଡ଼ି., ସ୍ୱୋସ୍ତି ଗ୍ରୁପ୍, ଡ଼ଃ ତପନ କୁମାର ଚାନ୍ଦ (ସଭାପତି, ବେଦାନ୍ତ), ଶ୍ରୀଯୁକ୍ତ କଳିଙ୍ଗ କେଶରୀ ରଥ (ମୁଖ୍ୟ ନିର୍ଦ୍ଦେଶକ, ଇଭୋସ୍ ବିଲ୍ଡକନ୍), ଶ୍ରୀଯୁକ୍ତ କେ.ଜେ ପଟେଲ୍ (ନିର୍ଦ୍ଦେଶକ, ଇଫ୍କୋ) ଯୋଗଦାନ କରିଥିଲେ । ପ୍ରାରମ୍ଭରେ “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ମୁଖ୍ୟ ସମ୍ପାଦକ ଦିବ୍ୟଜିତ୍ ସାହୁ ସ୍ୱାଗତ ଭାଷଣ ରଖିବା ସହ “ଦି ଇଣ୍ଟରଭ୍ୟୁ ଟାଇମ୍ସ” ପତ୍ରିକାର ଦୀର୍ଘ ୧୧ ବର୍ଷର ଯାତ୍ରା ସମ୍ପର୍କରେ ସୂଚନା ଦେଇଥିଲେ । ଏହି ଅବସରରେ ଅତିଥିମାନେ “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ପ୍ରୟାସକୁ ସାଧୁବାଦ୍ ଜଣାଇବା ସହ ଅନୁଷ୍ଠାନର ଉନ୍ନତି କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚିତ କରାଯାଇଥିଲା । ମଞ୍ଚ ସଭା ପରେ “ଦି ଇଣ୍ଟରଭ୍ୟୁ ଟାଇମ୍ସ” ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୨୦ଜଣ ବ୍ୟକ୍ତିବିଶେଷଙ୍କୁ ସମ୍ମାନଜନକ “ଶ୍ରେଷ୍ଠ-୨୦ ଓଡ଼ିଶାର ପ୍ରେରଣାଦାୟୀ ବ୍ୟକ୍ତିତ୍ୱ” ସମ୍ମାନରେ ସମ୍ମାନିତ କରାଯିବା ସହ ୫ ଜଣ ବ୍ୟକ୍ତିତ୍ୱଙ୍କୁ ସ୍ୱତନ୍ତ୍ର ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାପରେ ପ୍ରସିଦ୍ଧ କଣ୍ଠଶିଳ୍ପୀ ଜ୍ୟୋର୍ତିମୟୀ ନାୟକ ନିଜର ସଙ୍ଗୀତ ଚାତୁରୀରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । କାର୍ଯ୍ୟକ୍ରମରେ “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ଅରୁଣ କୁମାର ମାହାନା (ସି.ଓ.ଓ), ପ୍ରମୋଦ କୁମାର ଲେଙ୍କା (ମୁଖ୍ୟ ବାଣିଜ୍ୟ ଅଧିକାରୀ) ଓ ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ରାଜୀବ ନୟନ ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ ସହସମ୍ପାଦକ ଶୁଭୋଜିତ୍ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।
Breaking
Tata Motors leads the way with innovative, sustainable and intelligent mobility solutions at EXCON 2025Odisha Vikash Conclave 2025 to Unveil Roadmap for People-Centric, Climate-Smart Odisha@2036Joyalukkas‘Brilliance Diamond Jewellery Show’ in Bhubaneswar from 21st November to 7th December.Red Swastik Society and Team “Ladhei” distributed EV Scooties to the Differently-Abled.Bhubaneswar Leads Odisha’s Tech Revolution as AI and Digital Banking Reshapes SME Landscape: Kotak