Breaking

ଆଜିଠୁ ଗାନ୍ଧୀମାର୍ଗରେ ଦିବାରାତ୍ର ଗଣଧାରଣା ଦେବେ ଏକ ଲକ୍ଷ ଶିକ୍ଷକ-ଅଧ୍ୟାପକ

0

ଭୁବନେଶ୍ୱର: ଆଜିଠୁ ସ୍ଥାନୀୟ ଗାନ୍ଧୀମାର୍ଗ ପାଲଟିବ ଜନସମୁଦ୍ର । ଲକ୍ଷାଧିକ ଶିକ୍ଷକ ଓ ଅଧ୍ୟାପକମାନେ ସେମାନଙ୍କ ଦାବି ପୂରଣ ନେଇ ଦିନରାତି ଧାରଣା ଦେବେ। ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତମଞ୍ଚର ଆହ୍ଵାନରେ ଏହି ବିଶାଳ ଗଣଧାରଣା ହେବାକୁ ଯାଉଛି। ସମଗ୍ର ରାଜ୍ୟକୁ ୪ ଭାଗରେ ବିଭକ୍ତ କରି ଆଲୋଚନା ହୋଇଛି। ସରକାରଙ୍କ ସର୍ତ୍ତମୂଳକ ଅନୁଦାନ ଆଇନକୁ ପ୍ରତ୍ୟାହାର କରିବା ସହିତ ଯୋଗ୍ୟ ବିବେଚିତ ଦିନଠାରୁ ପୂର୍ଣ୍ଣଅନୁଦାନ ଆଇନ ଲାଗୁକରି ଚାକିରି ସର୍ତ୍ତାବଳୀ ସହ ଅବସରକାଳୀନ ସୁବିଧା ସୁଯୋଗ ନ ଦେଲେ ସରକାରଙ୍କୁ ଅସହଯୋଗ କରାଯିବ ବୋଲି ଶପଥ ନେଇଛନ୍ତି।ସେମାନେ ଦାବି ପୂରଣ ନହେବା ଯାଏ ଦିନରାତି ଧାରଣା ଦେବେ ବୋଲି ମିଳିତମଞ୍ଚର ଆହାବକ ମଣ୍ଡଳୀ ପ୍ରକାଶ ଚନ୍ଦ୍ର ମହାନ୍ତି, ଗୋଲକ ନାୟକ ଓ ପବିତ୍ର ମାହାଲା ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି।

loading...

Leave A Reply

Your email address will not be published.