Breaking

ଝଲସିଲେ ଚତୁର୍ଧା ମୂର୍ତ୍ତୀ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ

ଝଲସିଲେ ଚତୁର୍ଧା ମୂର୍ତ୍ତୀ। ମହଣ ମହଣ ସୁନାରେ ସଜେଇ ହେଲେ ଶ୍ରୀଜିଉ । ସୁନାବେଶରେ ସଜେଇ ହୋଇ ରଥ ଉପରେ ଥାଇ ଭକ୍ତଙ୍କୁ ଦର୍ଶନ ଦେଲେ ମହାବାହୁ ।ନାନାଦି ଅଳଙ୍କାରରେ ଭୂଷିତ ହୋଇ ଶ୍ରୀଜୀଉମାନେ ଝଟକିଲେ ରଥ ଉପରେ । ୧୩୮ ପ୍ରକାର ରତ୍ନ ଖଚିତ ସ୍ୱର୍ଣ୍ଣାଳଙ୍କାରରେ ଦାରୁ ବିଗ୍ରହମାନଙ୍କୁ ସୁସଜ୍ଜିତ କରାଯାଇଥିଲା । ବଡ ଦାଣ୍ଡରେ ମହାପ୍ରଭୁଙ୍କ ଏହି ଅପୂର୍ବ ରୂପ ଶୋଭାର ଦର୍ଶନ ଲାଗି ଶ୍ରୀକ୍ଷେତ୍ରରେ ଲାଗିଥିଲା ଶ୍ରଦ୍ଧାଳୁଙ୍କ ଗହଳି । ସିଂହାରୀ, ପାଳିଆ, ଖୁଂଟିଆ, ଭଣ୍ଡାର ମେକାପ, ଚାଙ୍ଗଡା ମେକାପ ସେବକମାନେ ପ୍ରଭୁଙ୍କୁ ସୁନାବେଶ କରାଇଛନ୍ତି । ମହାପ୍ରଭୁଙ୍କ ରାଜାଧିରାଜ ବେଶ ଦେଖି ବିମୋହିତ ହେଲେ ଅଗଣିତ ଶ୍ରଦ୍ଦାଳୁ।

loading...

Leave A Reply

Your email address will not be published.