Breaking

ନରାଜରେ ବୁଡ଼ି ଇଞ୍ଜିନିୟରିଂ ଛାତ୍ର ନିଖୋଜ

0

ବାରଙ୍ଗ:କଟକସ୍ଥିତ ନରାଜ ଆନିକଟ ପାଖ କାଠଯୋଡିରେ ବୁଡି ରବିବାର ମଧ୍ୟାହ୍ନରେ ଜଣେ ଘରୋଇ ଇଞ୍ଜିନିୟରିଂ କଲେଜର ଛାତ୍ର ନିଖୋଜ ଅଛନ୍ତି। ସେ ହେଉଛନ୍ତି ଝାଡଖଣ୍ଡର ବିକି କୁମାର (୨୨)।
ସୂଚନା ମୁତାବକ, ଆଜି ଭିକି ତାଙ୍କର ୪ ଜଣ ସାଙ୍ଗଙ୍କ ସହ କଟକର ନରାଜ ମହାନଦୀ ଆନିକଟରେ ଗାଧୋଉଥିବା ବେଳେ ଅସାବଧାନତା ଯୋଗୁ ନଦୀ ସୁଅରେ ଭାସି ଯାଇଥିଲେ। ହେଲେ ସେମାନଙ୍କ ମଧ୍ୟରୁ ୪ ଜଣ ପହଁରି ପହଁରି କୂଳକୁ ଫେରିଆସିଥିଲେ। ମାତ୍ର ଭିକି କୂଳକୁ ଫେରି ନଥିଲେ।ଉକ୍ତ ସ୍ଥାନରେ ସ୍ଥାନୀୟ ଲୋକ ଓ ଅଗ୍ନିଶମ ବିଭାଗ ନିଖୋଜ ଯୁବକଙ୍କୁ ଖୋଜାଖୋଜି କରୁଛି ।ବର୍ତ୍ତମାନ ସୁଦ୍ଧା ନିଖୋଜ ଛାତ୍ରଙ୍କର କୌଣସି ପତ୍ତା ମିଳିପାରି ନାହିଁ।

loading...

Leave A Reply

Your email address will not be published.