Breaking

ସ୍ଥାପନା ଚାରିଟେବୁଲ୍ ଟ୍ରଷ୍ଟ୍ ପକ୍ଷରୁ “ସଦଭାବନା ସମ୍ମାନ ୨୦୨୩”

0

ଭୁବନେଶ୍ୱର : ଓଡ଼ିଶାର ଐତିହ, ସଂସ୍କୃତିକ ପରମ୍ପରା,ଉତ୍କୃଷ୍ଟ କଳା, ଭାସ୍କର୍ଯ୍ୟ,ସମୃଦ୍ଧ ସାହିତ୍ୟ ତଥା ବୀର ଓ ବରପୁତ୍ର ,ମାତୃଶକ୍ତି ମାନଙ୍କ ଗୌରବ ଗାଥାକୁ ପୁର୍ନଃଜିବୀତ କରିବା ସହିତ ଭବିଷ୍ୟତ ପୀଢିକୁ ସଚେତନତାର ବାର୍ତ୍ତା ପ୍ରଦାନ କରିବା ଲକ୍ଷ୍ୟନେଇ ସ୍ଥାପନା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ “ସଦଭାବନା ସମ୍ମାନ ୨୦୨୩” ସ୍ଥାନୀୟ ଜୟଦେବ ଭବନ ଠାରେ ଅନୁଷ୍ଠିତ ହୋଇ ଯାଇଛି । ନିବେଦିତା ନାୟକ ଅଧ୍ୟକ୍ଷ,ସ୍ଥାପନା ଚାରିଟେବୁଲ୍ ଟ୍ରଷ୍ଟ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଅତିଥି ଭାବେ ଶ୍ରୀଯୁକ୍ତ ସୋମ୍ୟ ରଂଜନ ପଟ୍ଟନାୟକ ( ମାନ୍ୟବର ବିଧାୟକ, ଖଣ୍ଡପଡା), ଶ୍ରୀ ସୁଦୀପ ନନ୍ଦା ( ଗୁଜୁରାଟର ପୂର୍ବତନ ଗୃହ ସଚିବ) ଶ୍ରୀ ଅକ୍ଷୟ କୁମାର ପ୍ରଧାନ (ଇଞ୍ଜିନିୟରିଂ ମୁଖ୍ୟ ଗ୍ରାମୀଣ କାର୍ଯ୍ୟ ବିଭାଗ, ଓଡ଼ିଶାର ସରକାର) ଶ୍ରୀମତୀ ବିଶ୍ୱ ବନ୍ଦିତା କର ( ଡିନ୍, ଆଧ୍ୟାତ୍ମିକ ବିଜ୍ଞାନ, ଯୋଗ ଏବଂ ଆୟୁର୍ବେଦ, କିଟ୍ ବିଶ୍ବ ବିଦ୍ୟାଳୟ ),ଡକ୍ଟର ନିହାର ରଂଜନ ରାୟ( ସବ୍ ରିଜିଓନାଲ ଟିମ୍ ଲିଡର,ଡବ୍ଲୁଏଚ୍ଓ, ଓଡିଶା) , ଶ୍ରୀ ସୁଦାମ ମହାରଣା( ବିଶିଷ୍ଟ ବାଲୁକା କଳାକାର ) , ଶ୍ରୀ କଳିଙ୍ଗ କେଶରୀ ରଥ (ପରିଚାଳନା ନିର୍ଦ୍ଦେଶକ,ଇଭୋସ୍ ବିଲ୍ଡକନ୍) ,ଶ୍ରୀ ସାରଦା ପ୍ରସାଦ ପଣ୍ଡା (ଓଏଏସ୍, ସରକାରୀ ଏବଂ ନିର୍ଦ୍ଦେଶକ ଯୁଗ୍ମ ସଚିବ ସୁଡା, ଗୃହ ଏବଂ ସହରୀ ବିକାଶ ବିଭାଗ ଓଡ଼ିଶା) ବ୍ରିଗେଡିୟର୍ ଡି.ଆର.ସି ପଟ୍ଟନାୟକ ( ପୂର୍ବତନ ଅଧ୍ୟକ୍ଷ, ଓଡିଶା ଲୋକସେବା ଆୟୋଗ ) ଶ୍ରୀମତି କଲ୍ୟାଣୀ ନାୟକ ( ଅଧ୍ୟକ୍ଷ ଏସ୍ଏସ୍ଡବ୍ଲୁବି, ଭୁବନେଶ୍ୱର) ଶ୍ରୀ ରାଜକିଶୋର ପାଇକରାୟ (ଆଇପିଏସ୍ ଆରଟିଡି ଭୁବନେଶ୍ୱର), ଓଡ଼ିଶା ଡ ଆଲୋକ ଶ୍ରୀବାସ୍ତବ (ସିଓଓ, ଆପୋଲୋ ହସ୍ପିଟାଲ୍, ଭୁବନେଶ୍ୱର), ଅଶୋକ ଚନ୍ଦ୍ର ପଣ୍ଡା (ରିସର୍ଚ ଅଫିସର ,ସିଏଆରଆଇ) ପ୍ରମୁଖ ଯୋଗଦାନ କରିଥିଲେ। ଏହି ଅବସରରେ ମାତୃଶକ୍ତିର ତ୍ୟାଗ,ବୀର ଓ ବରପୁତ୍ର ମାନଙ୍କ ବଳିଦାନ ନିମନ୍ତେ ଏକ ମଶାଲ ପ୍ରଜ୍ବଳନ ପ୍ବର୍ବକ ଶ୍ରଦ୍ଧା ସୁମନ ଅର୍ପଣ କରାଯିବା ସହ ରାଜ୍ୟ ,ଦେଶ ଓ ସମାଜରେ ସଦଭାବନା ପ୍ରତିଷ୍ଠା ନନିମନ୍ତେ ଉତ୍ସର୍ଗୀକୃତ ସେବା ଓ ସାଧନା ନିମନ୍ତେ ଡଃ ଭଗବାନ ପ୍ରକାଶ,ନାରାୟଣ ମହାନ୍ତିଙ୍କୁ ” ସଂପ୍ରୀତି ସମ୍ମାନ “ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସମୃଦ୍ଧଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମର ଆୟୋଜକ ନିବେଦିତା ନାୟକ କହିଛନ୍ତି ପରମ୍ପରା ଓ ସଂସ୍କୃତିକୁ ନେଇ ମହିଳାଙ୍କୁ ଆତ୍ମ ନିର୍ଭର କରିବାକୁ ଆମର ମୂଳ ଲକ୍ଷ୍ୟ। ମହିଳା ସଶକ୍ତିକରଣ ପାଇଁ ସ୍ଥାପନା ପରିବାର କଳା ଓ ସଂସ୍କୃତିକୁ ନେଇ ଗାଁ ଗହଳିର ମହିଳାଙ୍କ ବିକାଶ ପାଇଁ ସର୍ବଦା ଚେଷ୍ଟିତ ବୋଲି ଟ୍ରଷ୍ଟ୍‌ର ମୁଖ୍ୟ ମତପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ଥାପନା ଚାରିଟେବୁଲ୍ ଟ୍ରଷ୍ଟ୍‌ର ସଂପାଦକ ଶ୍ରୀ ସରୋଜ କୁମାର ଭୂୟାଁ ପ୍ରମୁଖ ଉପସ୍ଥିତ ରହିବା ସହ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

loading...

Leave A Reply

Your email address will not be published.