Breaking

ସ୍ୱାଧୀନତା ଦିବସ ପାଇଁ ମହାତ୍ମାଗାନ୍ଧୀ ମାର୍ଗରେ ପରେଡ଼୍‌ ପ୍ରସ୍ତୁତି ! ପିଏମ୍‌ଜିରେ ନଜର ରଖିବ ୫୦ଟି ସିସିଟିଭି

0

ଭୁବନେଶ୍ୱର: ଆଉ ତିନି ଦିନର ବ୍ୟବଧାନ ପରେ ପାଳିତ ହେବ ୭୨ ତମ ସ୍ୱାଧୀନତା ଦିବସ । ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ରାଜଧାନୀ ଭୁବନେଶ୍ୱରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆଜି ଫୁଲ୍‌ ଡ୍ରେସରେ ମହାତ୍ମାଗାନ୍ଧି ରୋଡ଼ରେ ଦଳ ଗୁଡିକ ଅଭ୍ୟାସ କରିଛନ୍ତି । ସ୍ୱାଧୀନତା ଦିବସ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ନେଇ ପୋଲିସ କମିଶନର ସତ୍ୟଜିତ୍ ମହାନ୍ତି ସୂଚନା ଦେଇଛନ୍ତି ।ଅନ୍ୟପକ୍ଷରେ ରାଜଧାନୀ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥାକୁ ସଂପୂର୍ଣ୍ଣଭାବେ କଡ଼ାକଡିି କରାଯାଇଛି । ମାହାତ୍ମାଗାନ୍ଧୀ ରୋଡ଼୍‌ ଉଭୟ ପାର୍ଶ୍ୱରେ ଫୋର୍ସ ମୁତୟନ ରହିବେ । ପିଏମ୍‌ଜି ଛକ ଉପରେ ୫୦ଟି ସିସିଟିଭି କ୍ୟାମେରା ଲଗାଯାଇଛି । ଏହା ସହିତ ସହରର ବିଭିନ୍ନ ସ୍ଥାନରେ ସ୍ପେଶାଲ୍‌ ଡଗ୍‌ ସ୍କ୍ୱାଡ଼୍‌ ଓ କୁଇକ୍‌ ଆକ୍ସନ୍‌ ଫୋର୍ସ ମଧ୍ୟ ମୁତୟନ କରାଯାଇଥିବା ନେଇ ପୋଲିସ୍‌ କମିଶନର ସୂଚନା ଦେଇଛନ୍ତି ।



loading...

Leave A Reply

Your email address will not be published.