Breaking

ଭୂବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରେ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଅଗ୍ନିସମ ବିଭାଗର କର୍ମଚାରୀମାନେ ବିଗତ କିଛିଦିନ ତଳେ ପଶ୍ଚିମ ବଙ୍ଗରେ ବତ୍ୟାରେ କ୍ଷୟକ୍ଷତି ହୋଇଥିବା ଅଞ୍ଚଳ ଓ ଜନସାଧାରଣଙ୍କୁ ଉଦ୍ଧାର କରିବା ସହ ବିଭିନ୍ନ ସେବା ଯୋଗାଇ ଶେଷରେ କରୋନାରେ ଅକ୍ରାନ୍ତ ହୋଇ କୋଭିଡ୍ ହସ୍ପିଟାଲରେ ଚିକିତ୍ସା ହୋଇ ସୁସ୍ଥହେବା ସହ ଅନ୍ୟର ଜୀବନ ବଞ୍ଚାଇବା ପାଇଁ ପ୍ଳାଜମ୍‌ା ଦାନ ମଧ୍ୟ କରିଥିଲେ । ପୁନର୍ବାର ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନକ୍ରମେ କୋଭିଡ୍ ସମୟରେ ଦିନରାତି ଅହରହ ପରିଶ୍ରମ କରି ନିଜ ଜୀବନକୁ ବାଜି ଲଗାଇ ନିଜ ପରିବାରଠାରୁ ଦୂରେଇ ରହି ଓଡ଼ିଶା ବାସୀଙ୍କୁ ସେବା ଯୋଗାଇ ଦେଇ ଚାଲିଛନ୍ତି । ଏମାନଙ୍କୁ ପ୍ରକୃତ କରୋନା ଯୋଦ୍ଧା ଭାବେ ଆଜି ଭୂବନେଶ୍ୱରର ରାଜୀବ ଭବନ ପଛପଟେ ଥିôବା ଅଗ୍ନିସମ ଅଫିସରେ ବିଭାଗର ଡେପୁଟୀ ଫାୟାର ଅଫିସର ରମେଶ ଚନ୍ଦ୍ର ମାଝି, ଷ୍ଟେସନ ଅଫିସର ବାବାଜୀ ଚରଣ ଲେଙ୍କାଙ୍କ ସମେତ ୩୦ ଜଣ କର୍ମଚାରୀଙ୍କୁ ସମାଜସେବୀ ତଥା ଶ୍ରୀ ମହାବୀର ସମାଜିକ ସଂଗଠନର ସାଧରଣ ସଂପାଦକ ତଥା ବିଜୁ ଜନତା ଦଳର ଭୂବନେଶ୍ୱର ସାଂଗଠନିକ ଜିଲ୍ଲାର ସଂପାଦକ ମିଲନ୍ କୁମାର ପାଇକରାୟଙ୍କ ନେତୃତ୍ୱରେ ସାମାଜିକ ଦୂରତା ରକ୍ଷାକରି ମାସ୍କ ପିନ୍ଧି, ସାନିଟାଇଜ୍ ହୋଇ ଉତ୍ତରୀୟ, ଫୁଲତୋଡ଼ା ଓ ଟ୍ରଫି ପ୍ରଦାନକରି ସମ୍ବର୍ଦ୍ଧିତ କରାଯାଇଥିଲା ଓ ତତ୍‌ସହିତ ଗତ ଦୁଇଦିନ ତଳେ କମିଶନରେଟ୍ ପୋଲିସ୍ ର କନେଷ୍ଟବଳ ଯିଏ କି ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ବ୍ୟକ୍ତିଗତ ସୁରକ୍ଷା ଅଫିସର ସ୍ୱର୍ଗତ ଆଶିଷ କୁମାର ମହାକୁଳଙ୍କ ବିୟୋଗରେ ଏକ ମିନିଟ୍ ନୀରବ ପ୍ରାଥନା କରି ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ସମସ୍ତଙ୍କର ପ୍ରିୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଆଶୁ ଅରୋଗ୍ୟ କାମନା କରାଯାଇଥିଲା, ସେ କିପରି ଶିଘ୍ର ସୁସ୍ଥହୋଇ ପୁନର୍ବାର ଭୂବନେଶ୍ୱର ବାସୀଙ୍କ ସେବା କରିବେ ଓ ଅଗ୍ନିସମ କର୍ମଚାରୀ ସବୁଦିନ ଜନସାଧାରଣ ମାନଙ୍କ ସେବା କରିବା ଉଦ୍ଦ୍ୟେଶରେ ଉଭୟଙ୍କୁ ଅସୀମ ଶକ୍ତି ଭଗବାନ ପ୍ରଦାନ କରନ୍ତୁ ବୋଲି ମିଲନ୍ କୁମାର ପାଇକରାୟଙ୍କ ସହ ଉପସ୍ଥିତ ସମସ୍ତ କର୍ମଚାରୀ ଓ ଅତିଥିମାନେ ଭଗବାନଙ୍କ ନିକଟରେ ପ୍ରାଥନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିଥିହୋଇ ମଧ୍ୟ ବିଧାୟକଙ୍କ ୱାର୍ଡ଼ ନଂ-୪୭ର ପ୍ରତିନିଧି ଶାରଦା ପ୍ରଶନ୍ନ ମହାନ୍ତି, ନୂଆସାହି ଆଞ୍ଚଳିକ ବିକାଶ କେନ୍ଦ୍ରର ସଭାପତି ରମେଶ ଚନ୍ଦ୍ର ନାୟକ, କ୍ରିକେଟ କୋଚ୍ କ୍ଷୀରୋଦ ବେହେରା, ୪ନଂମ୍ବର ହାଟ ବ୍ୟବସାୟୀ ସଂଘର ସାଧାରଣ ସଂପାଦକ ବଦ୍ରି ନାରାୟଣ ମିଶ୍ର, ଶ୍ରୀ ମହାବୀର ପୂଜା କମିଟିର କର୍ତ୍ତା ରମେଶ ଚନ୍ଦ୍ର ବେହେରା, ସମାଜ ସେବୀ ଅର୍ଜୁନ ବେହେରା, ପ୍ରଭୁଦତ୍ତ ସାମଲ, ଶୁଭେନ୍ଦୁ ନାୟକ, ଅନୁଜ ଚନ୍ଦନ ନାୟକ, ସମୀରଣ ଦାସ, ସୁମନ କୁମାର ଜେନା,ସୌମ୍ୟ ରଞ୍ଜନ ସ୍ୱାଇଁ, ଶାଶ୍ୱତ ଲେଙ୍କା, ସନ୍ଦିପ୍ ରାଉତ ଓ ସର୍ବେଶ୍ୱର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

loading...

Leave A Reply

Your email address will not be published.