Breaking

ପୂଜକମାନଙ୍କୁ ସୁଖିଲା ଖାଦ୍ୟ ବଣ୍ଟନ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

୩୩ କୋଟି ପ୍ରଭୁଙ୍କ ଆଶିର୍ବାଦର ଛାୟା ତଳେ ଏ ଓଡ଼ିଶାବାସୀ ଆଶାର ଆଲୋକରେ ରହି ଆସୁ‍ଛନ୍ତି । ୧୭ ନମ୍ବର ୱାର୍ଡ଼ର ପ୍ରତ୍ୟେକ ଧର୍ମାନୁଷ୍ଠାନ କୋଭିଡ଼-୧୯ରେ ମନ୍ଦିର ବନ୍ଦ ହେବା ଦ୍ୱାରା ପୂଜକମାନଙ୍କର ନିଜ ପରିବାର ପୋଷଣ ଉପରେ ଘୋର ଚଡ଼କ ପଡ଼ିଛି । ଏହି ସବୁକୁ ଦୃଷ୍ଟିରେ ରଖି ଉତ୍ତରର ପ୍ରିୟ ବିଧାୟକ ସୁଶାନ୍ତ କୁମାର ରାଉତ (ବାପୁ) ଭାଇଙ୍କ ସହଯୋଗରେ ୬୦ଜଣ ପୂଜାରୀଙ୍କୁ ବି.ଜେ.ଡ଼ି.ର ଯୁବ ନେତା ଭୋଳାନାଥ ମହାରଣାଙ୍କ ନେତୃତ୍ୱ, ୱାର୍ଡ଼ ସଭାପତି ବାଦଲ ଦାସ, କ୍ଳବର ସଭାପତି ଏସ୍‌. ଗୋବିନ୍ଦା, ତାରିଣୀ ବସ୍ତି ସାହି କମିଟି ସଭାପତି ଇଲା ମଲ୍ଲିକ, ତାରିଣୀ ମନ୍ଦିରର ପୂଜକ ମୃତ୍ୟୁଞ୍ଜୟ ପଣ୍ଡା, ମହିଳା କମିଟିର ଲକ୍ଷ୍ମୀପ୍ରିୟା ସ୍ୱାଇଁ, ଉର୍ମିଳା ବେହେରା, କଳିଙ୍ଗ ୟୁଥ୍ କ୍ଳବଙ୍କ ଦ୍ୱାରା ଅତି ଆପଣାର ସହ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ମନୁଷ୍ୟ ଅନ୍ତରରେ ଅଛି ପୂଜାରୀ ହେଉଛନ୍ତି ଦ୍ୱିତୀୟ ଭଗବାନ ଯେ ଭଗବାନ ଭକ୍ତର ମିଳନ ପାଇଁ ସହଯୋଗର ବାଟ ଦେଖାଇଥାନ୍ତି ।

loading...

Leave A Reply

Your email address will not be published.