Breaking

ମଣିଷ ଭିତରେ ମଣିଷ ପଣିଆ ଜାଗ୍ରତ ହେଲେ ସୁସ୍ଥ ସମାଜ ଗଠନ ସମ୍ଭବ : ଲିଭିଙ୍ଗ ହ୍ୟୁମାନିଟି

ଦୃଷ୍ଟିହୀନ ପରିବାରଙ୍କୁ ଲିଭିଂଗ ହୁମାନୀଟି ପକ୍ଷରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ବଣ୍ଟନ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଲିଭିଂଗ ହୁମାନୀଟି ଏକ ସାମାଜିକ ଅନୁଷ୍ଠାନ ସର୍ବଦା ମଣିଷ ଭିତରେ ଥିବା ମଣିଷ ପଣିଆ ଜାଗ୍ରତ କରିବା ଦିଗରେ ବିଭିନ୍ନ କାଯ୍ୟ କରିଥାଏ । ଦୁଃଖୀ, ଦିଵ୍ୟାଙ୍ଗ,ଅସହାୟ ମାନଙ୍କୁ ସବୁବେଳେ ସାହାଯ୍ୟର ହାତ ବଢ଼ାଇ ଥାଏ । ଏହି ସାହାଯ୍ୟ ବିଭିନ୍ନ ବର୍ଗର ଲୋକମାନଙ୍କଠୁ ବସ୍ତୁ, ଶ୍ରମ ଵା ଅର୍ଥ ରୂପରେ ଆସି ପ୍ରକୃତ ଅସହାୟମାନଙ୍କ ନିକଟରେ ପହଞ୍ଚେ । ଗତବର୍ଷ ମହାମାରୀ କରୋନାରେ ଏହି ଅନୁଷ୍ଠାନ ଭିନ୍ନକ୍ଷମ, ଦିଵ୍ୟାଙ୍ଗ,କୃଷ୍ଠ ରୋଗୀ ଏବଂ ଅନେକ ଅସହାୟଙ୍କୁ ସେମାନଙ୍କ ପରିସ୍ଥିତି ସୁଧୁରିବା ଯାଏଁ ଅତ୍ୟାବଶ୍ୟକୀୟ ସାମଗ୍ରୀ, ମେଡିସିନ ଏବଂ ସ୍ୱାସ୍ଥ୍ୟ ସେବା ଇତ୍ୟାଦି ସାହାଯ୍ୟ କରିଥିଲା ।ସତ୍ୟନଗର ନଵୀନ ଵସ୍ତି ଏବଂ ଏହାର ଆଖପାଖ ଅଞ୍ଚଳରେ ଥିବା ଦୃଷ୍ଟିହୀନ ଏବଂ ଅସହାୟ ପରିବାରଙ୍କୁ ସମସ୍ତ ରାସନ ସାମଗ୍ରୀ, ବିସ୍କୁଟ, ମିଠା, ମାସ୍କ, ସାନୀଟାଇଜର ଇତ୍ୟାଦି ପ୍ରଦାନ କରିଛି ।ଏହି କାର୍ଯ୍ୟ ଭୁବନେଶ୍ୱର ସମେତ କଟକ, ପୁରୀ, ଯାଜପୁର ଇତ୍ୟାଦି ରାଜ୍ୟର ଅନେକ ସ୍ଥାନରେ ଚାଲୁଅଛି। Co-Existance
(ସହବସ୍ଥାନ) ସୃଷ୍ଟି ର ନିୟମ । ଏହାକୁ ଆଡେଇ ମଣିଷ ସମାଜ ଅସମ୍ଭବ । କିଛି ଚୁଡା ଚାଉଳରେ କାହାର ଭୋକ ସବୁଦିନ ପାଇଁ ଯାଇ ନପାରେ କିନ୍ତୁ ଆମ ଭଳି ମଣିଷ ଭିତରେ ମଣିଷ ପଣିଆ ଜାଗ୍ରତ ହେବା, ମିଳିମିଶି ଚଳିବା ଏବଂ ସୁସ୍ଥ ସମାଜ ଗଠନ ର ଭାଗୀଦାର ହେବା ପାଇଁ ଲିଭିଙ୍ଗ ହ୍ୟୁମାନିଟି ପକ୍ଷରୁ ବାର୍ତ୍ତା ଦିଆଯାଇଥିଲା

loading...

Leave A Reply

Your email address will not be published.