Breaking

ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭିଏସସନଗରରେ ସେବାକାର୍ଯ୍ୟ ଜାରି

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:
ସେବା ହିଁ ଧର୍ମକୁ ପାଥେୟ କରି ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ସହଯୋଗରେ ଓଡ଼ିଶା ମୋ ପରିବାର ଉତ୍ତର ସଂଯୋଜକ ଡଃ ପ୍ରକାଶ ତ୍ରିପାଠୀଙ୍କ ନେତୃତ୍ୱରେ ଭିଏସସନଗର କଲ୍ୟାଣ ମଣ୍ଡପସ୍ଥ ଟୀକାକରଣ କେନ୍ଦ୍ରରେ ଟୀକାନେଉଥିବା ସମସ୍ତ ଲୋକମାନଙ୍କୁ ସାନିଟାଇଜର, ମାସ୍କ୍ , ଥଣ୍ଡା ପାଣି, ବିସ୍କୁଟ, ଫ୍ରୁଟ ଜୁସ୍ ବଣ୍ଟନ କରାଯିବା ସହିତ ଏକ ମାସ ଧରି ଲକ୍ ଡାଉନ୍ ଓ ସର୍ଟ ଡାଉନ୍ ସମୟରେ ବୁଲା କୁକୁର ଓ ଗୋରୁ ଗାଈ ମାନଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉଛି ଏବଂ ଗରୀବ ଅଭାବୀ ଲୋକଙ୍କୁ ଶୁଖିଲା ଖାଦ୍ୟ ପଦାର୍ଥ ବଣ୍ଟନ କରାଯିବା ଓ ପରିବେଶ ସୁରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ଗଛ ଲଗାଇ ତାର ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଉଛି । ଏହି କାର୍ଯ୍ୟକ୍ରମରେ ଯୁବ ବିଜେଡ଼ି ନେତା ଶ୍ରୀ ସୌମ୍ୟ ରଞ୍ଜନ ପ୍ରଧାନ, ଦୀପକ ନାୟକ, ବାବୁ ସାହୁ, ସାମ୍ବାଦିକ ସରୋଜ ରାଉତ , ଲୋକେଶ କୁମାର, ଦୀନବନ୍ଧୁ ପତି, ନୃସିଂହ ଧଳ , ଅକ୍ଷୟ ସ୍ବାଇଁ , ଶିବାନନ୍ଦ ତାଡ଼, ଶୁଭମ୍ , ସର୍ଵଜିତ୍ ସାହୁ ଓ କାର୍ତ୍ତିକ, ଚିଣ୍ଟୁ ,ଅନିଲ ସାହୁ ଓ ଜୀବନ କୁମାର ସହିତ ଟ୍ରଷ୍ଟର ଅନ୍ୟ ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ ବୋଲି ଟ୍ରଷ୍ଟ ର ସଭାପତି ଡ଼ଃ ପ୍ରକାଶ ତ୍ରିପାଠୀ ଜଣାଇଛନ୍ତି।

loading...

Leave A Reply

Your email address will not be published.