Breaking

ଭୁବନେଶ୍ୱର ମଧ୍ୟ ବିଧାୟକ ବାଣ୍ଟିଲେ କରୋନା ସଚେତନତା ବାର୍ତ୍ତା

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ବିଜୁ ଜନତା ଦଳର ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସମ୍ପାଦକ ତଥା ଶ୍ରୀ ଶ୍ରୀ ମହାବୀର ସାମାଜିକ ସଂଗଠନର ସାଧାରଣ ସମ୍ପାଦକ ମିଲନ କୁମାର ପାଇକରାୟଙ୍କ ନେତୃତ୍ୱରେ ନୟାପଲ୍ଲୀ ୱାର୍ଡ ନଂ୩୯ ଅଧିନରେ ଥିବା ବାଲିତୋଟା ସାହିରେ ଏକ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ଯୋଗଦାନ କରି ପରିବେଶକୁ ସୁନ୍ଦର ରଖିବା ପାଇଁ ବୃକ୍ଷରୋପଣ କରିବା ସହ କରୋନା ଟୀକା ନ ବାହାରିବା ପର୍ଯ୍ୟନ୍ତ ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅନୁରୋଧ ରକ୍ଷା କରି ନିଜ ଭିତରେ ସାମାଜିକ ଦୂରତା ରଖି ଓ ବାରମ୍ବାର ସାନିଟାଇଜ୍ ହୋଇ, ମାସ୍କ ପିନ୍ଧି କରୋନାରୁ ରକ୍ଷାପାଇବା ପାଇଁ ସଚେତନତା କରାଇଥିଲେ, ଓ ତତ୍‌ସହିତ ଅଞ୍ଚଳର କିଛି ସମସ୍ୟା, ଅଞ୍ଚଳ ବାସୀ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କଲାପରେ ଖୁବ୍‌ଶୀଘ୍ର ଏହି ସମସ୍ୟାର ସମାଧାନ କରାଯିବ ବୋଲି ବିଧାୟକ ଅଞ୍ଚଳବାସୀଙ୍କୁ ପ୍ରତିଶୃତି ଦେଇଥିଲେ । ଶ୍ରୀ ଶ୍ରୀ ମହାବୀର ସାମାଜିକ ସଂଗଠନ ତରଫରୁ ବିଧାୟକଙ୍କ ଦ୍ୱାରା ମାସ୍କ, ସାବୁନ୍‌, ସାନିଟାଇଜର୍ ଓ ଫିନାଇଲ୍ ଅଞ୍ଚଳବାସୀଙ୍କୁ ବଣ୍ଟନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କସ୍ତୁରୀ ମହିଳା ସଂଗଠନର ସଭାପତି କାନନବାଳା ମହାପାତ୍ର, ବାଲିତୋଟା ସାହି ଓନର୍ସ ଆସୋସିଏସନ୍‌ର ସଦସ୍ୟ ପ୍ରମୋଦ ଚନ୍ଦ୍ର ପଟ୍ଟନାୟକ, ନିଶାକର ଦାସ, ପ୍ରାଣେଶ୍ୱର ପ୍ରଧାନ, ଦେବାଶିଷ ରାୟ, ସୁଧିର ନାୟକ, ଆଶିଷ ସେଠୀ , ମମତା ବେହେରା, କବି ବେହେରା, ମାନସ ରାଉତ, ଦେବାଶିଷ ପ୍ରଧାନ, ଶାଶ୍ୱତ ଲେଙ୍କା ଓ ରାକେଶ କୁମାର ଜାଲିଙ୍କ ସମେତ ଅଞ୍ଚଳର ଅନେକ ବରିଷ୍ଠ ନାଗରିକ, ମହିଳା, ଯୁବକ, ଛାତ୍ର ଓ ଶ୍ରୀ ଶ୍ରୀ ମହାବୀର ସାମାଜିକ ସଂଗଠନର ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।
ମିଲନ କ

loading...

Leave A Reply

Your email address will not be published.