Breaking

ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମାଗଣା କୋଚିଂ ବ୍ୟବସ୍ଥା

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଭିଏସସନଗର ଅଞ୍ଚଳରେ ୧୦୦ ରୁ ଉର୍ଦ୍ଧ୍ବ ପିଲାଙ୍କୁ ମାଗଣା ପାଠ ପଢା କାର୍ଯ୍ୟକୁ ସାହାଯ୍ୟର ହାତ ବଢ଼ାଇଛି ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ। ଆଜି ଲାୟାନସ କ୍ଲବରେ ମାଗଣାରେ ପଢୁଥିବା ସ୍କୁଲ୍ ପିଲାଙ୍କୁ କରୋନା ସଚେତନତା କରାଯିବା ସହିତ ମାସ୍କ୍, ଖାତା, କଲମ, ପେନସିଲ୍, ରବର୍, ଟୁଥପେଷ୍ଟ ଓ ବ୍ଲାକ ବୋର୍ଡ, ବିସ୍କୁଟ ଓ ଅନ୍ୟାନ୍ୟ ପାଠ୍ୟ ଉପକରଣ ଯୋଗାଇ ଦେଇ ଏହି ଭଳି ମହତ କାର୍ଯ୍ୟକୁ ପ୍ରଶଂସା କରିବା ସହିତ ସବୁବେଳେ ସାହାଯ୍ୟ ସହଯୋଗ ଯୋଗାଇ ଦେବା ପାଇଁ ନିଷ୍ପତ୍ତି ନିଆଗଲା। ନିଜର ବ୍ୟକ୍ତିଗତ ସମକ୍ଷରୁ କିଛି ବହୁ ମୂଲ୍ୟ ସମୟ ବାହାର କରି ଆଲୋକ ପାଢ଼ୀ, ବିକା ଏବଂ ବାପି ଏବଂ ଅନ୍ୟ ଯୁବକମାନେ ପିଲାମାନଙ୍କୁ ମାଗଣା ଶିକ୍ଷାଦାନ କରୁଛନ୍ତି lଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟ ପ୍ରତିଷ୍ଠାତା ଡଃ ପ୍ରକାଶ ତ୍ରିପାଠୀ, ଦୀପକ ନାୟକ, ସୌମ୍ୟ ରଂଜନ ପ୍ରଧାନ, ଅକ୍ଷୟ କୁମାର ସ୍ବାଇଁ, ସରୋଜ କୁମାର ରାଉତ,ଅନନ୍ତ ରେଡ୍ଡୀ, ଶିବାନନ୍ଦ ତାଡ଼, ସନ୍ତୋଷ କୁମାର ସାହୁ, ବିନୋଦ କୁମାର ସାହୁ, ଲୋକେଶ କୁମାର, ଦୀନବନ୍ଧୁ ପତି, ସର୍ବଜିତ୍ ସାହୁ, ଓ ଅନ୍ୟମାନେ ଉପସ୍ଥିତ ଥିଲେ ଓ ଆଗାମୀ ଦିନରେ ଏହିଭଳି ଅନେକ ଜନ ହିତକର କାର୍ଯ୍ୟ କରିବାକୁ ଟ୍ରଷ୍ଟ ତରଫରୁ ନିଷ୍ପତ୍ତି ନିଆଗଲା।

loading...

Leave A Reply

Your email address will not be published.