Breaking

ମହିଳା ଦିବସରେ ବିମୁଗ୍ଧ କଲା କଥକ ନୃତ୍ୟଗୁରୁ ଶୋଭନା ନାରାୟଣଙ୍କ ନୃତ୍ୟ

0

ଭୁବନେଶ୍ୱର: ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପଦ୍ମଶ୍ରୀ ତଥା ବିଶିଷ୍ଟ କଥକ ନୃତ୍ୟଗୁରୁ ଶୋଭନା ନାରାୟଣ ନୃତ୍ୟ ପରିବେଷଣ କରିଛନ୍ତି |ପରିଚୟ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଆର୍ଯ୍ୟ ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମରେ ସେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ |ଏହି ଅବସରରେ ସେ କଥକ ନୃତ୍ୟ ମାଧ୍ୟମରେ ନାରୀଶକ୍ତି ପ୍ରଦର୍ଶିତ କରିଥିଲେ |ନାରୀ ଅବଳା କି ଦୁର୍ବଳା ନୁହେଁ,ସେ ଶକ୍ତିର ଉତ୍ସ | ସେ ଶକ୍ତି ସ୍ୱରିପିଣୀ |ସେ ସୃଷ୍ଟିର ଆଦ୍ୟ ,ସେ ଅବିନାଶୀ | ନୃତ୍ୟ ଛଳରେ ଏହି ବାର୍ତା ଦେଇଥିଲେ ଶୋଭନା |ତାଙ୍କ ନୃତ୍ୟ ଉପସ୍ଥିତ ସମସ୍ତଙ୍କୁ ଚମତ୍କୃତ କରିଥିଲା |

loading...

Leave A Reply

Your email address will not be published.