Breaking

ଜାଲରୁ ଉଦ୍ଧାର ହେଲା ୧୦ ଫୁଟର ଅଜଗର ସାପ

0

ଦିଗପହଣ୍ଡି:ଗଜପତି ଜିଲା ଚନ୍ଦ୍ରଗିରୀ ବନାଞ୍ଚଳ ଅଧିନସ୍ଥ ଦିଗପହଣ୍ଡି ବ୍ଳକ ଭୀଷ୍ମଗିରୀ ସେକ୍ସନ ଅନ୍ତର୍ଗତ ବାଲିପାଟ ଗ୍ରାମ ସ୍ଥିତ ଜେ.ସି.ଆଗ୍ରୋସ୍ ଫାର୍ମ୍ ମଧ୍ୟରୁ ଶୁକ୍ରବାର ପୂର୍ବାହ୍ନରେ ଏକ ଅଜଗର ସାପ ଉଦ୍ଧାର କରାଯାଇଛି । ପରେ ବନବିଭାଗ କର୍ମଚାରୀଙ୍କ ଉପସ୍ଥିତିରେ ତାହାକୁ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ ଛାଡିଦିଆଯାଇଥିଲା । ଶୁକ୍ରବାର ସକାଳେ ଉକ୍ତ ଫାର୍ମର ମଧ୍ୟବର୍ତ୍ତୀ ସ୍ଥାନରେ ଏକ ଜାଲ ମଧ୍ୟରେ ବିରାଟକାୟ ଅଜଗର ସାପ ଛନ୍ଦି ହୋଇ ରହିଯାଇଥିବା ଫାର୍ମର କର୍ମଚାରୀ ମାନେ ଦେଖିବାକୁ ପାଇଥିଲେ । ଭୟଭୀତ ହୋଇଯାଇ ଭୀଷ୍ମଗିରୀ ସେକ୍ସନ ଅଫିସକୁ ଖବର ଦେବା ପରେ ଫରେଷ୍ଟଗାର୍ଡ ପିଟର ଶବର, ଅଭିରାମ କାର୍ଜୀ ଓ ଦିଲ୍ଲୀପ କୁମାର ପାଣିଗ୍ରାହୀ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ସାପଟିର ସ୍ଥିତି ନିରୀକ୍ଷଣ କରିବା ପରେ ପିପୁଲ ଫର୍ ଆନିମଲ (ପିଏଫ୍ଏ)କୁ ଖବର ଦେଇଥିଲେ । ପରେ ସ୍ୱେଚ୍ଛାସେବୀ ସମୀରକାନ୍ତ ତ୍ରିପାଠୀ, ଶୁଭମ୍ କୁମାର ସାହୁ, ଶ୍ରୀକାନ୍ତ ସାହୁ, ଓ ଅମରେନ୍ଦ୍ର ନାୟକ ପ୍ରମୁଖ ପହଞ୍ଚି ଅଜଗର ସାପଟିକୁ କୌଶଳରେ ଜାଲ ମଧ୍ୟରୁ ଉଦ୍ଧାର କରିଥିଲେ । ଉଦ୍ଧାର ସାପଟି ପୁରୁଷ ହୋଇଥିବା ବେଳେ ଲମ୍ବ ୧୦ ଫୁଟ ଏବଂ ଓଜନ ୧୩ କେଜି ରହିଥିବା ଜଣାଯାଇଛି । ଗୁରୁବାର ରାତିରେ ନିକଟସ୍ଥ ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣରେ ଚାଲିଆସିଥିବା ବେଳେ ଫାର୍ମରେ ଯନ୍ତୁଙ୍କ ଦୌରାତ୍ମ୍ୟରୁ ଲାଗିଥିବା ଜାଲ ଗୁଡିରେ ଫସିଯାଇଥିବା ଅନୁମାନ କରାଯାଇଛି । ଦୀର୍ଘ ୩୦ ମିନଟ୍ ସମୟ ଧରି କୌଶଳରେ ଜାଲ କାଟି ଅଜଗର ସାପଟିକୁ ଉଦ୍ଧାର କରାଯାଇଥିଲା । ପରେ ବନବିଭାଗର ନିର୍ଦ୍ଦେଶାକ୍ରମେ ନିକଟସ୍ଥ ଜଙ୍ଗଲରେ ଅଜଗର ସାପଟିକୁ ଛାଡିଦିଆଯାଇଥିଲା ।

loading...

Leave A Reply

Your email address will not be published.