Breaking

ଭାରତର ପ୍ରଥମ ସ୍କିଲ୍ ଇଣ୍ଡିଆ ଇଂଟରନ୍ୟାଶନାଲ କେନ୍ଦ୍ର ଉଦଘାଟିତ

0

ଭାରତକୁ ଦକ୍ଷତାର ରାଜଧାନୀରେ ପରିଣତ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୁ ସୂଚାଇ, ଭାରତର ପ୍ରଥମ ସ୍କିଲ ଇଣ୍ଡିଆ ଇଂଟରନ୍ୟାଶନାଲଏ କେନ୍ଦ୍ର ଭୁବନେଶ୍ୱର ଏସଡିଆଇରେ ଉଦଘାଟିତ ହୋଇଛି । ଏହାକୁ ଦକ୍ଷତା ବିକାଶ ତଥା ଉଦ୍ୟୋଗ ତଥା ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାର ଉଦ୍‌ଘାଟିତ ହୋଇଛି । ଏହା ସ୍କିଲ୍ ଡେଭଲପ୍‌ମେଂଟ୍ ଇନଷ୍ଟିଚ୍ୟୁଟ୍‌(ଏସଡିଆଇ) ଭୁବନେଶ୍ୱର ଏସଡିସି ଇଂଟରନ୍ୟାଶନାଲର ମିଳିତ ସହଯୋଗରେ ପ୍ରତିଷ୍ଠା ହୋଇଛି । କୁଶଳୀ ଶ୍ରମିକମାନଙ୍କ ପାଇଁ ବିଦେଶରେ ସୁଯୋଗକୁ ବଢ଼ାଇବା ଲକ୍ଷ୍ୟରେ ଏଠାରେ ଅନ୍ତର୍ଜାତୀୟ ମାନକ ଅନୁଯାୟୀ ଭାରତୀୟ ଯୁବକମାନଙ୍କୁ ତାଲିମ ପ୍ରଦାନ କରାଯିବ ।

ୱାର୍ଲ୍ଡ ସ୍କିଲ୍ ପ୍ରତିଯୋଗିତା ପାଇଁ ମଧ୍ୟ ଶ୍ରୀ ପ୍ରଧାନ ଏକ ଜାତୀୟ ଏକାଡେମୀ ଉଦ୍ ଘାଟନ କରିଛନ୍ତି । ଯାହାକି ୱାର୍ଲ୍ଡ ସ୍କିଲ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଯୁବକମାନଙ୍କୁ ଉଚ୍ଚମାନର ତାଲିମ କରିବ । ଶିକ୍ଷକ ଏବଂ ମୂଲ୍ୟାଙ୍କନକାରୀଙ୍କ ଦକ୍ଷତା ତାଲିମ ପାଇଁ ଏସଡିଆଇ କ୍ୟାମ୍ପସରେ ଏକ ଜାତୀୟ ଏକାଡେମୀ ମଧ୍ୟ ପ୍ରତିଷ୍ଠା କରାଯିବ ।

ଶ୍ରୀ ପ୍ରଧାନ,ଓଏସଡିଏ ଅଧ୍ୟକ୍ଷ ସୁବ୍ରତ ବାଗଚୀ, ଏସଡିଆଇ ଭୁବନେଶ୍ୱର ଅଧ୍ୟକ୍ଷ ରଞ୍ଜନ କୁମାର ମହାପାତ୍ର, ଆଇସିଏଲ୍ ମାନବ ସମ୍ବଳ ନିର୍ଦ୍ଦେଶକଙ୍କ ଉପସ୍ଥ୍‌ିତିରେ ଏକ ବୁଝାମଣା ବେଦ ମଣି ତିୱାରୀ, ସିଓଏ ଏବଂ ଅଫିସିଏଟିଙ୍ଗ ସିଇଓ, ଏନଏସଡିସି ଏବଂ ସଞ୍ଜୟ ଶ୍ରୀବାସ୍ତବ ସିଇଓ ଏସଡିଆଇ ଭୁବନେଶ୍ୱରଙ୍କ ମଧ୍ୟରେ ସ୍ୱାକ୍ଷରିତ ହୋଇଛି ।
ସ୍କିଲ୍ ଇଣ୍ଡିଆ ଇଂଟରନ୍ୟ।।ନାଲ କେନ୍ଦ୍ର ଭାରତୀୟ ଯୁବକମାନଙ୍କୁ ଉଚ୍ଚମାନର ତାଲିମ ପ୍ରଦାନ କରିବ । ୟୁଏଇ, କାନାଡା, ଅଷ୍ଟ୍ରେଲିଆ ଏବଂ ଅନ୍ୟାନ୍ୟ ଜିସିସି ଅଂଚଳରେ ଅନ୍ତର୍ଜାତୀୟ ନିଯୁକ୍ତିଦାତାଙ୍କ ଚାହିଦା ଅନୁଯାୟୀ ଦକ୍ଷତା ପ୍ରଦାନ କରିବାକୁ ଏହି କେନ୍ଦ୍ରରେତାଲିମ ସୁବିଧା ଯୋଗାଇ ଦିଆଯିବ । ଏହି କେନ୍ଦ୍ରରେ ମୋବାଇଲାଇଜେଶନ, କାଉନସେଲିଂ, ସ୍କିଲ୍ ଟ୍ରେନିଂ, ପ୍ରି-ଡିପାରଚର ଓରିଏଟେଂଶନ, ବିଦେଶୀ ଭାଷା ତାଲିମ, ପ୍ଲେସମେଂଟ ଏବଂ ଇମିଗ୍ରେସନ ଏବଂ ପୋଷ୍ଟ-ପ୍ଲେସମେଂଟ ସହାୟତା ଭଳି ସେବା ଯୋଗାଇ ଦିଆଯିବ ।

ଏନଏସଡିସିଆଇ ଏବଂ ଓଡିଶା ସ୍କିଲ୍ ଡେଭଲପମେଂଟ ଅଥରିଟି (ଓଏସଡିଏ) ମଧ୍ୟରେ ଓଡିଶାରୁ ଅନ୍ୟ ଦେଶକୁ କୁଶଳୀ ତଥା ସାର୍ଟିଫିକେଟ ପ୍ରାପ୍ତ ଶ୍ରମିକଙ୍କ ଗମନ ପାଇଁ ଅନ୍ତର୍ଜାତୀୟ କର୍ମଜୀବୀ ଗତିଶୀଳତାକୁ ପ୍ରୋତ୍ସାହିତ କରିବା ପାଇଁ ଏକ ସ୍ମାରକପତ୍ର ମଧ୍ୟ ସ୍ୱାକ୍ଷରିତ ହୋଇଛି ।

ଏହି ଅବସରରେ ଶିକ୍ଷା ତଥା ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ, ବିଦେଶୀ ନିଯୁକ୍ତିଦାତା ଏବଂ କୁଶଳୀ ଭାରତୀୟ ଯୁବକମାନଙ୍କ ମଧ୍ୟରେ ଥିବା ପାର୍ଥକ୍ୟକୁ ଦୂର କରିବା ପାଇଁ ସ୍କିଲ୍ ଇଣ୍ଡିଆ ଇଂଟରନ୍ୟାଶନାଲ କେନ୍ଦ୍ର ଆବଶ୍ୟକ ସହାୟତା ଯୋଗାଇ ଦେବ । ଓଡ଼ିଶାରୁ ଅନ୍ତର୍ଜାତୀୟ ଶ୍ରମିକମାନଙ୍କ ଗତିଶୀଳତାକୁ ବୃଦ୍ଧି କରିବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଦେଶର କୁଶଳୀ ଶ୍ରମିକ ଚାହିଦା ପୂରଣ କରିବା ସହିତ ଭାରତରୁ ଅନ୍ତର୍ଜାତୀୟ କ୍ଷେତ୍ରକୁ ଶ୍ରମିକଙ୍କ ଗତିଶୀଳତାକୁ ବଢ଼ାଇବ । ଏହାର ଦ୍ୱାରା ଯୁବବର୍ଗଙ୍କ ଆଶା ଅକାଂକ୍ଷା ପୂରଣ ହୋଇ ପାରିବ ।

ଏହା ସହିତ ବିଶ୍ୱ ଶ୍ରମିକଙ୍କ ଗତିଶୀଳତା ଏବଂ ଡିଜିଟାଲ୍ ପରିବର୍ତନର ଏକବିଂଶ ଶତାବ୍ଦୀର ଅଭିବୃଦ୍ଧିର ଇଞ୍ଜିନ ହେବାର ଏହା ସହାୟକ ହୋଇ ପାରିବ ।ଭାରତରେ ଦକ୍ଷତା ବିକାଶ ଧାରା ଜାରି ରହିଛି । ସଂସ୍କାର ଏବଂ ନୀତିଗତ ପରିବର୍ତନ ଦ୍ୱାରା ଏହା ସମ୍ଭବ ହୋଇପ।।ରିଛି । ଏହି ପଦକ୍ଷେପ ଦକ୍ଷତା ବିକାଶ କ୍ଷେତ୍ରରେ ଅତୁଳନୀୟ ସାବ୍ୟସ୍ତ ହେବ । ଏହା ଜାତୀୟ ତଥା ବିଶ୍ୱ ଅର୍ଥନୀତି ପାଇଁ ଉପଯୋଗୀ ହେବ ।

ସ୍କିଲ୍ ଇଣ୍ଡିଆ ଇଂଟରନ୍ୟାଶନାଲ କେନ୍ଦ୍ର ସହିତ ଭୁବନେଶ୍ୱରର ଏସଡିଆଇରେ ଆଉ ଦୁଇଟି ଏକାଡେମୀ ପ୍ରତିଷ୍ଠା କରାଯିବ । ୱାର୍ଲ୍ଡ ସ୍କିଲ୍ ପ୍ରତିଯୋଗିତା ପାଇଁ ନ୍ୟାଶନାଲ୍ ଏକାଡେମୀ ଫର୍ ୱାର୍ଲ୍ଡ ସ୍କିଲ୍ କମ୍ପିଟେଶନ ବୃତିଗତ ମାନକ, ତାଲିମ ଏବଂ ମୂଲ୍ୟାଙ୍କନ ମାନଦଣ୍ଡ, ଭିତିଭୂମି ଆବଶ୍ୟକତା ଆଦି କ୍ଷେତ୍ରରେ ଭାରତରେ ଦକ୍ଷତା ତାଲିମ ପ୍ରଣାଳୀରେ ଉତ୍କର୍ଷତା ପ୍ରତିପାଦନ କରିବାକୁ ସକ୍ଷମ ହେବ । ଏକାଡେମୀ ପ୍ରଶିକ୍ଷକଙ୍କ ତାଲିମ, କର୍ପୋରେଟ ଟ୍ରେନିଂ, ଅପସ୍କିଲିଂ ଏବଂ ବାଣିଜ୍ୟ ଆଦିର ପରୀକ୍ଷଣ କରିବ । ଯାହା ଦ୍ୱାରା ଇଣ୍ଡିଆ ସ୍କିଲ୍ ଏବଂ ୱାର୍ଲ୍ଡ ସ୍କିଲ୍ ପ୍ରତିଯୋଗିତା ପାଇଁ ସମ୍ଭାବ୍ୟ ପ୍ରତିଯୋଗୀମାନଙ୍କର ଏକ ପୁଲ୍ ସୃଷ୍ଟି ହେବ ।
ଶିକ୍ଷକମାନଙ୍କ ପାଇଁ ଏକ ଜାତୀୟ ଦକ୍ଷତା ଏକାଡେମୀ ପ୍ରତିଷ୍ଠା ହେବ ଯାହା ଶିଳ୍ପର ଉଦୀୟମାନ ଆବଶ୍ୟକତା ସହିତ ସମାନ୍ତରାଳ ଭାବରେ ଶିକ୍ଷକ ଏବଂ ମୂଲ୍ୟାଙ୍କନକାରୀଙ୍କୁ ଆବଶ୍ୟକ ଦକ୍ଷତା ପ୍ରଦାନ କରିବ । ଏହି ଏକାଡେମୀ ସର୍ବୋତମ ସୁବିଧା, ଭିତିଭୂମି ସହିତ ସଜ୍ଜିତ ହେବ । ଗୁଣାତ୍ମକ ତାଲିମ ପ୍ରୋଗ୍ରାମ, ଶିକ୍ଷାଦାନ ଏବଂ ଦକ୍ଷତା ପ୍ରଦାନ କ୍ଷେତ୍ରରେ ଉଦୀୟମାନ ଧାରାଗୁଡିକର ପ୍ରଭାବକୁ ଏକାଡେମୀ ଚିହ୍ନଟ କରିବ ଏବଂ ମୂଲ୍ୟାଙ୍କନ କରିବ ତଥା ଚାକିରି ପାଇଁ ଦକ୍ଷତା ତାଲିମ ପ୍ରଦାନ ଲାଗି କର୍ମଚାରୀମାନଙ୍କୁ ପ୍ରସ୍ତୁତ କରିବ ।

ଏହି ଅବସରରେ, ବେଦ ମଣି ତିୱାରୀ, ନିର୍ଦ୍ଦେଶକ ଏନଏସଡିସି ଏବଂ ଶ୍ରୀ ତାରିକ ଚୌହ୍ୱାନ, ଚେୟାରମ୍ୟାନ, ଇଏଫଏସ୍ ଫାସିଲିଟି ଗ୍ରୁପ୍ ମଧ୍‌ୟରେ ବୁଝାମଣା ହୋଇଛି । ଭାରତରେ ସ୍କିଲିଂ ଏବଂ ଟ୍ରେନିଂ ହବ ପ୍ରତିଷ୍ଠା କରିବାର ସମ୍ଭାବନା ଏବଂ ତାଲିମପ୍ରାପ୍ତ ଗତିଶୀଳତାକୁ ପ୍ରୋତ୍ସାହିତ କରିବା ପାଇଁ ଏହା ସହାୟକ ହେବ । ଏହା ଦ୍ୱାରା ମଧ୍ୟ ଭାରତରୁ ପ୍ରାଚ୍ୟ, ଉତର ଆଫ୍ରିକା, ଏବଂ ଦକ୍ଷିଣ ଏସିଆ ଅଂଚଳରେ କୁଶଳୀ ଶ୍ରମିକ ଯିବା ଲାଗି ଏକ ସମନ୍ୱିତ ସୁବିଧା ପରିଚାଳନା ସେବା, କାର୍ଯ୍ୟ ଏବଂ ରକ୍ଷଣାବେକ୍ଷଣ ସମାଧାନ ଉପଲବ୍ଧ କରାଯିବ ।

ଏହି କାର୍ଯ୍ୟକ୍ରମରେ ୟୁଏଇର ବିଭିନ୍ନ କମ୍ପାନୀର ପ୍ରତିନିଧୀମାନେ ଉପସ୍ଥିତ ଥିଲେ । ସେସବୁ ମଧ୍ୟରେ ୟୁଏଇର ଏକ ବହୁମୁଖୀ ବ୍ୟବସାୟ କମ୍ପାନୀ ଇଏଏସ୍‌ଏ ସାଲେହ ଅଲ ଗର୍ଗ ସହିତ ମଧ୍ୟ ବୁଝାମଣା ସ୍ୱାକ୍ଷରିତ ହୋଇଛି । ଏହା ସହିତ ଖାନସାହେବ – ୟୁଏଇର ଏକ ଅଗ୍ରଣୀ ନିର୍ମାଣକାରୀ କମ୍ପାନୀ, ରିଲାଏଂଟ ଏଚଆର୍ ପରାମର୍ଶ – ଏକ ସୁ-ପ୍ରତିଷ୍ଠିତ ମାନବ ଶକ୍ତି ସୋର୍ସିଂ କମ୍ପାନୀ ଏବଂ ଇଏସପିଏ ୟୁଏଇରେ ପ୍ଲମ୍ବିଂ କ୍ଷେତ୍ରରେ ଏକ ସେବା ପ୍ରଦାନକାରୀ କମ୍ପାନୀର ପ୍ରତିନିଧି ଉପସ୍ଥିତ ଥିଲେ ।

loading...

Leave A Reply

Your email address will not be published.