Breaking

କେ.ଆଇ.ବି. ଗୃପ୍ ସେବା ସମ୍ମାନ ରେ ସମ୍ମାନିତ

0

ଅଗ୍ରଣୀ ସାମାଜିକ ସଂଗଠନ କେ. ଆଇ. ବି. ଗୃପ୍ କୁ ଗତକାଲି ଚୌଦ୍ୱାର ଠାରେ ‘ୟୁଥ ଫର ସେବା’ ସମ୍ମାନ ରେ ସମ୍ମାନିତ କରାଯାଇଥିଲା | ସାମାଜିକ ସେବା କ୍ଷେତ୍ରରେ ସେମାନଙ୍କର ନିସ୍ୱାର୍ଥପର ଏବଂ ନିରନ୍ତର ଅବଦାନ ପାଇଁ ଏହି ସମ୍ମାନ କେ. ଆଇ. ବି. ଗୃପ୍ ସାମାଜିକ ସଂଗଠନ ଙ୍କୁ ପ୍ରଦାନ କରାଯାଇଥିଲା | କେ. ଆଇ. ବି. ଗୃପ୍ ସମଗ୍ର ରାଜ୍ୟରେ ସକ୍ରିୟ ରହିବା ସହ 500 ରୁ ଦୁର୍ଦ୍ଧ୍ୱ ଅସହାୟ ଛାତ୍ରଛାତ୍ରୀ ଙ୍କୁ ମାଗଣା ଶିକ୍ଷା ପ୍ରଦାନ କରିସାରିଛନ୍ତି | ଏହା ସହିତ, ‘ଶିଶୁ ଶ୍ରମ ବିରୋଧୀ’ ଅଭିଯାନ ଏବଂ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକ୍ରମ ଯେପରି ବୃକ୍ଷରୋପଣ, କପଡା ବଣ୍ଟନ ଇତ୍ୟାଦି କାର୍ଯ୍ୟକ୍ରମ କରୁଛନ୍ତି | ଉକ୍ତ କାର୍ଯ୍ୟକ୍ରମରେ କେ. ଆଇ. ବି. ଗୃପ୍ ପଦ୍ମଶ୍ରୀ ଉତ୍ସବ ଚରଣ ଦାସ ଏବଂ ଯୁବ ନେତା ପ୍ରକାଶ ଚନ୍ଦ୍ର ବେହେରା ଙ୍କ ଦ୍ୱାରା ସମ୍ମାନିତ ହୋଇଥିଲେ |

loading...

Leave A Reply

Your email address will not be published.