Breaking

ଫେବୃଆରୀ ୮ରୁ ବିଦ୍ୟାଳୟ ଯିବେ ନବମ ଏବଂ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ସରକାର ନବମ ଏବଂ ଏକାଦଶ ଶ୍ରେଣୀ ପାଇଁ ବିଦ୍ୟାଳୟଗୁଡ଼ିକୁ ଫେବୃଆରୀ ୮ ତାରିଖଠାରୁ ଖୋଲିବା ପାଇଁ ସ୍ଥିର କରିଛନ୍ତି । ନବମ ଓ ଦଶମ ଶ୍ରେଣୀ ପାଇଁ ସୋମବାରଠାରୁ ଶନିବାର ଯାଏଁ ପ୍ରତ୍ୟହ ସକାଳ ୮.୩୦ଠାରୁ ୧୦.୩୦ ପର୍ଯ୍ୟନ୍ତ ତିନୋଟି ପିରିୟଡ୍‌ ହେବ । ଏହା ମଧ୍ୟରେ କୌଣସି ମଧ୍ୟାନ୍ତର ହେବ ନାହିଁ । ନବମ ଓ ଏକାଦଶ ଶ୍ରେଣୀ ପାଇଁ ମାର୍ଚ୍ଚ ୨୦୨୧ର ଦ୍ୱିତୀୟ ସପ୍ତାହରେ ଏକ ୟୁନିଟ୍‌ ପରୀକ୍ଷା କରାଯିବ । ବାର୍ଷିକ ପରୀକ୍ଷା ଅପ୍ରେଲ ମାସର ଶେଷ ସପ୍ତାହରେ କରାଯିବାର ଯୋଜନା ରହିଛି । ସେଥିପାଇଁ ବିଦ୍ୟାଳୟଗୁଡ଼ିକ ଖୋଲିବା ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୨୦୨୧ ଜାନୁଆରୀ ୨ ତାରିଖରେ ପତ୍ର ସଂଖ୍ୟା ୧୧୫ରେ ଦିଆଯାଇଥିବା ମାର୍ଗଦର୍ଶିକା ଏବଂ କୋଭିଡ୍‌ ୨୦୧୯ ମାର୍ଗଦର୍ଶିକା ଅନୁପାଳନ କରିବେ । ସେହିପରି ହଷ୍ଟେଲ ଥିବା ବିଦ୍ୟାଳୟଗୁଡ଼ିକ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୨୦୨୧ ଜାନୁଆରୀ ୩ତାରିଖରେ ପତ୍ର ସଂଖ୍ୟା ୧୧୭ରେ ଦିଆଯାଇଥିବା ମାର୍ଗଦର୍ଶିକା ଅନୁପାଳନ କରିବେ ।

loading...

Leave A Reply

Your email address will not be published.