Breaking

ଖୁବ୍ ଶୀଘ୍ର ପରଦାକୁ ଆସିବ ସାନିଆ ମିର୍ଜାଙ୍କ ବାୟୋପିକ୍

0

ମୁମ୍ବାଇ : ବାୟୋପିକ୍ ତାଲିକାରେ ଏବେ ସାମିଲ ହେବାକୁ ଯାଉଛନ୍ତି ସାନିଆ ମିର୍ଜା। ଆଜ୍ଞା ହଁ ,ବଲିଉଡରେ ଖୁବ ଶୀଘ୍ର ନଜର ଆସିବେ ଟେନିସ ପ୍ଲେୟାର ସାନିଆ ମିର୍ଜା। ଫିଲ୍ମ ନିର୍ମାତା ରୋନି ସ୍କ୍ରେଓ୍ଵାଲା ସାନିଆଙ୍କ ବାୟୋପିକ ନିର୍ମାଣ କରୁଥିବା ନେଇ ବିଟାଉନରେ ଚର୍ଚ୍ଚା ଜୋର ଧରିଛି। ନିକଟରେ ରୋନି ସ୍କ୍ରେୱାଲା ଫିଲ୍ମର କପି ରାଇଟ୍ କିଣିଥିବା ସୂଚନା ମିଳିଛି। ଅନେକ ପ୍ରଯୋଜକ ଫିଲ୍ମର କପି ରାଇଟ୍ କିଣିବାକୁ ଏହି ଲାଇନରେ ଥିଲେ କିନ୍ତୁ ଶେଷରେ ରୋନି ସ୍କ୍ରେଓ୍ଵାଲା ବାଜି ମାରିନେଇଛନ୍ତି। ସାନିଆଙ୍କ ଜୀବନରେ ଘଟିଥିବା ଅନେକ କିଛି ଘଟଣା ଉପରୁ ପରଦା ଉଠିବ ଏହି ଫିଲ୍ମରେ।

କିଛି ଦିନ ତଳେ ଏକ ସାନିଆ ମିର୍ଜା ଏକ ସାକ୍ଷାତକାରରେ କହିଥିଲେ, ଯଦି କେବେ ତାଙ୍କର ବାୟୋପିକ୍ ନିର୍ମାଣ ହୁଏ ତେବେ ଅଭିନେତ୍ରୀ ପରିଣୀତି ଚୋପ୍ରା ତାଙ୍କର ଫାଷ୍ଟ୍ ଚଏସ୍ ହେବେ। ପରିଣୀତି ତାଙ୍କ ଚରିତ୍ରରେ ଫିଟ୍ ବସିବେ ଓ ତାଙ୍କ କ୍ୟାରେକ୍ଟରକୁ ନ୍ୟାୟ ଦେଇପାରିବେ ବୋଲି ସାନିଆ କହିଥିଲେ ।

loading...

Leave A Reply

Your email address will not be published.