Breaking

ରେଡ୍ ସ୍ୱସ୍ତିକ ସୋସାଇଟି ଓଡିଶା ଶାଖା ପକ୍ଷରୁ ପୁରସ୍କାର ବିତରଣ ଉତ୍ସବ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଭୁବନେଶ୍ୱର : ରେଡ୍ ସ୍ୱସ୍ତିକ ସୋସାଇଟି ଏକ ପଞ୍ଜିକୃତ ବେସରକାରୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ । ଏହି ଅନୁଷ୍ଠାନ ଦୀର୍ଘ ୧୮ବର୍ଷ ଧରି ନିରବଚ୍ଛିନ୍ନ ଭାବେ ସ୍ୱାସ୍ଥ୍ର‌୍ୟସେବା କ୍ଷେତ୍ରରେ କାର୍ଯ୍ୟ କରିଆସୁଅଛି । ସବୁବର୍ଷ ପରି ଚଳିତବର୍ଷ ଅନୁଷ୍ଠାନ ପକ୍ଷରୁ ପୁରସ୍କାର ବିତରଣ ଉତ୍ସବ ସ୍ଥାନୀୟ ଉକ୍ରଳ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡିଶାର ମହାମହୀମ ରାଜ୍ୟପାଳ ମାନ୍ୟବର ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥିଭାବେ ଯୋଗଦାନ କରି ଅନୁଷ୍ଠାନର କାର୍ଯ୍ୟଧାରାକୁ ପ୍ରଶଂସା କରିବା ସହ ଅନୁଷ୍ଠାନର ଶୁଭ କାମନା କରିଥିଲେ । ବିଶେଷ ଅତିଥି ଭାବେ ରେଡ୍ ସ୍ୱସ୍ତିକ ସୋସାଇଟି ମୁମ୍ବାଇ ମୁଖ୍ୟ କାର୍ଯ୍ୟାଳୟର ଉପସଭାପତି ଶ୍ରୀ ପ୍ରମୋଦ ଚୋଗ୍ଲେ, ସିମ୍ପଲି କେୟାର କ୍ଲିନିକ୍ର ନିର୍ଦ୍ଦେଶକ ଡ. ନିମାଇଁ ଚରଣ ପରିଜା ଓ ସିମ୍ପଲି କେୟାର କ୍ଲିନିକ୍ର ଉପଦେଷ୍ଟା ଡ. ସ୍ମରଜିତ୍ ପଟ୍ଟନାୟକ ପ୍ରମୁଖ ଯୋଗଦାନ କରି ଅନୁଷ୍ଠାନର ଦୀର୍ଘାୟୁ କାମନା କରିବା ସହ ବିଭିନ୍ନ କ୍ଷେତ୍ରରେ ପାରିଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ପୁରସ୍କୃତ କରିଥିଲେ । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ୧୫୩ଜଣ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ କୃତିମ ଅଙ୍ଗ ବିତରଣ କରାଯାଇଥିଲା । ଅନୁଷ୍ଠାନର ସଭାପତି ଶ୍ରୀ ବିଜୟ ଆଚାର୍ଯ୍ୟ ସଭାପତିତ୍ୱ କରିଥିବା ବେଳେ ସଂପାଦକ ଶ୍ରୀ ଦେବାଶିଷ ପଟ୍ଟନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶୁଭଜିତ୍ ପଣ୍ଡା ଓ କିରନ୍ ଏହି କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ । କାର୍ଯ୍ୟକ୍ରମ ପରିଶେଷରେ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

loading...

Leave A Reply

Your email address will not be published.