ଭୁବନେଶ୍ୱର: ଉତ୍ତର ବିଧାନସଭା ଆସନରେ ପୁଣିଥରେ ବିଧାୟକ ପି୍ରୟଦର୍ଶି ମିଶ୍ରଙ୍କୁ ସୁଯୋଗ ଦେବାକୁ ସ୍ଥାନୀୟ ବିଜେଡ଼ି କର୍ମୀ ଓ ସାଧାରଣରେ ଜୋରଦାର ଦାବି ଉଠୁଛି । ଓଡ଼ିଶାର ଜଣେ ତୁଙ୍ଗ ଯୁବନେତା ଭାବେ ଜଣାଶୁଣା ପି୍ରୟଦର୍ଶି ମିଶ୍ର ଗତ ୫ ବର୍ଷ ମଧ୍ୟରେ ଅନେକ ସରକାରୀ ଉନ୍ନୟନ ମୂଳକ କାର୍ଯ୍ୟ କରି ସ୍ଥାନୀୟ ଜନସାଧାରଣଙ୍କ ନିକଟବର୍ତୀ ହୋଇ ପାରିଛନ୍ତି । ଭୁବନେଶ୍ୱର ଅଂଚଳରେ ଯୁବ ଓ ଛାତ୍ର ବିଜେଡ଼ି ସଂଗଠନକୁ ମଜଭୁତ କରାଇବାରେ ମଧ୍ୟ ପ୍ରିୟଦର୍ଶି ବାବୁଙ୍କର ପ୍ରମୁଖ ଭୂମିକା ରହିଛି ।
ଓଏନ୍ଏସ୍ କୁ ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି ଯେ, ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ସ୍ୱାସ୍ଥ୍ୟ, ଶିକ୍ଷା, ମାତୃ-ଶିଶୁ ମୃତୁ୍ୟହାର ହ୍ରାସ, ପାନୀୟ ଜଳ, ପରିବେଶ, ସାକ୍ଷରତା, ଦାରିଦ୍ର୍ୟ ଦୂରୀକରଣ, ବେକାରୀ, ଭୂମିହୀନ ମାନଙ୍କୁ ଥଇଥାନ, ଦାଦନ ସମସ୍ୟାର ସମାଧାନ ଆଦି ସାମାଜିକ କାର୍ଯ୍ୟ କରି ଚାଲିଛନ୍ତି ପି୍ରୟଦର୍ଶି ବାବୁ । ଏସିଆ ମହାଦେଶର ସବୁଠୁ ବୃହତମ ବସ୍ତି ଭାବେ ଜଣାଶୁଣା ସାଲିଆ ସାହିରେ ଜୀବନ ଯାପନ କରୁଥିବା ହଜାର ହଜାର ସାଧାରଣ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇ ଦେଇ ପି୍ରୟଦର୍ଶି ବାବୁ ସାରା ଅଂଚଳରେ ବିଜେଡ଼ିର ବାନା ଉଡ଼ାଇଛନ୍ତି । ପି୍ରୟଦର୍ଶି ବାବୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ମହାନଗର ନିଗମ ସମେତ ଉତର ନିର୍ବାଚନମଣ୍ଡଳୀ ଅଂଚଳରେ କୋଟି କୋଟି ଟଙ୍କା ବ୍ୟୟରେ ଉନ୍ନୟନ କାର୍ଯ୍ୟ କରାଯାଇଛି । ଜନସ୍ୱାସ୍ଥ୍ୟ, ବିଜୁଳି, ସଡ଼କ ଆଲୋକୀକରଣ, ରାସ୍ତାଘାଟ ଓ ଗ୍ରାମାଂଚଳ ଉନ୍ନୟନକୁ ସେ ଯଥେଷ୍ଟ ଗୁରୁତ୍ୱ ଦେଇଛନ୍ତି । ଅଧିକାଂଶ ପ୍ରକଳ୍ପ ସଂପୂର୍ଣ୍ଣ ହୋଇଥିଲାବେଳେ ଅଳ୍ପ କେତୋଟି ନିର୍ମାଣାଧୀନ ରହିଛି । ତାଙ୍କ ଉଦ୍ୟମରେ ନହରକଂଟାରେ ଜଳଯୋଗାଣ ପ୍ରକଳ୍ପ, ଶ୍ରୀବିହାର ଠାରେ ଜଳଯୋଗାଣ ପ୍ରକଳ୍ପ, ଶାଶ୍ୱତ ବିହାର ଠାରେ ପାଣି ପମ୍ପସେଟ୍ ସ୍ଥାପନ ଓ ଡମÿଣା ଗାଁରେ ଜଳଯୋଗାଣ ପ୍ରକଳ୍ପ, ବିଜୁନଗର, ମହାବିନାୟକ ନଗର ଅଂଚଳରେ ଜଳଯୋଗାଣ ପ୍ରକଳ୍ପ, ବିପିସିଏଲ୍ ପେଟ୍ରୋଲ୍ ପମ୍ପ-ଫାୟାର ଷ୍ଟେଷନ୍ ଛକ ରାସ୍ତା, ଗଣିତ ପ୍ରତିଷ୍ଠାନ-ଇନ୍ଫୋସିଟି-ଏକାମ୍ର କାନନ ରାସ୍ତା, ଶୈଳଶ୍ରୀ ବିହାର, ନିଳାଦ୍ରୀ ବିହାର ରାସ୍ତା, ଡ଼ମଣା-ଶୈଳଶ୍ରୀ ବିହାର ରାସ୍ତା, ନିଳାଦ୍ରୀ ବିହାର-କନ୍ୟାଶ୍ରମ ରାସ୍ତା, ସିଆରପିି-ଜୟଦେବ ବିହାର ରାସ୍ତା ଓ ନନ୍ଦନକାନନ-ଜୟଦେବ ବିହାର ୪ ଥାକିଆ ରାସ୍ତାର ପ୍ରଶସ୍ତିକରଣ, ଉନ୍ନତି କରଣ ଓ ମରାମତି କାର୍ଯ୍ୟ ହୋଇଛି । ସେହିପରି ବଜୁଳି ସେବା କ୍ଷେତ୍ରରେ ଉନ୍ନତି ପାଇଁ କଳାରାହାଙ୍ଗ ହାଉସିଂବୋର୍ଡ଼, ଚନ୍ଦ୍ରଶେଖରପୁର, ଇନ୍ଫୋସିଟି, ଜାଭିୟର୍ ଆଦି ଅଂଚଳରେ ଏମ୍ଭିଏର ଉନ୍ନତିକରଣ କରାଯାଇ ଉଚ୍ଚ କ୍ଷମତା ସଂପନ୍ନ ସବ୍ଷ୍ଟେସନ୍ ଓ ଟ୍ରାନ୍ସଫରମର ପ୍ରତିଷ୍ଠା କରାଯାଇଛି । ଅନ୍ୟପକ୍ଷରେ ଗ୍ରାମାଂଚଳର ସର୍ବାଙ୍ଗୀନ ବିକାଶ ପାଇଁ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ହୋଇଛି । ସେଥିମଧ୍ୟରେ ମଂଚେଶ୍ୱର, ବରିମୁଣ୍ଡ, ଝିଙ୍କିଡ଼ିହି ସନ୍ନିକଟସ୍ତ କୁଆଖାଇ ନଦୀବନ୍ଧର ମରାମତି କାର୍ଯ୍ୟ ଶେଷ ହୋଇଥିବା ବେଳେ ଲିଙ୍ଗିପୁର ଗ୍ରାମ୍ୟ ରାସ୍ତା, ନନ୍ଦନକାନନ-ଜରିପାଟଣା, ପଦାସାହି-ଭୋଟପଡ଼ା କେନାଲ୍ ରାସ୍ତା, କୃଷ୍ଣଶରଣପୁର ଗ୍ରାମ ରାସ୍ତା, ପ୍ରତାପନଗରୀ-ଝିଙ୍କରଡ଼ିହ ସେତୁ ଓ ବରିମୁଣ୍ଡ-କାନପୁର ରାସ୍ତା ପ୍ରଶସ୍ତିକରଣ ଆଦି କାର୍ଯ୍ୟ ପାଇଁ ପି୍ରୟଦର୍ଶି ବାବୁ ଜନସାଧାରଣଙ୍କର ନିକଟତର ହୋଇ ପାରିଛନ୍ତି । ସେହିପରି ୪୧.୩୮ କୋଟି ଟଙ୍କା ବ୍ୟୟରେ ମଂଚେଶ୍ୱର ଠାରେ ରେଳ ଓଭରବି୍ରଜର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ୪୨ କୋଟି ବ୍ୟୟ ବରାଦରେ ଭିଏସଏସ୍ ନଗର ଠାରେ ଆଉ ଏକ ରେଳ ଓଭରବି୍ରଜର ଶିଳାନ୍ୟାସ କରାଯାଇଛି । ଆହୁରି ମଧ୍ୟ ବିଧାୟକଙ୍କ ନିଜସ୍ୱ ଉଦ୍ୟମରେ ୨୫ ଲକ୍ଷ ଟଙ୍କା ଲେଖାଏଁ ବ୍ୟୟ ବରାଦରେ ପଟିଆ-ଶୈଳେନ୍ଦ୍ର ନାରାୟଣ ସ୍କୁଲ, ନହରକଂଟା, ନିଳାଦ୍ରୀ ବିହାର ଓ ଜିଜିପି କଲୋନୀ ଠାରେ ମିନି ଷ୍ଟାଡ଼ିୟମ ନିର୍ମାଣ କରାଯାଇଛି । ୬୭ ଲକ୍ଷ ୯୮ ହଜାର ଟଙ୍କା ବ୍ୟୟ ବରାଦରେ ୨ମହଲା ବିଶିଷ୍ଟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା ହୋଇଛି । ସେହିପରି ପଟିଆ, ଚନ୍ଦ୍ରଶେଖରପୁର, ଶିଖରଚଣ୍ଡି ନଗର ଓ ନୀଳାଦ୍ରୀବିହାର ଅଂଚଳରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଉଦ୍ଘାଟିତ ହୋଇଛି । ୮କୋଟି ୧୨ ଲକ୍ଷ ବ୍ୟୟ ବରାଦରେ ବିଜୁ ସେତୁ ଯୋଜନା ମାଧ୍ୟମରେ କାଳିଖମା ନାଳ, ଭୋଟପଡ଼ା ନାଳ, ପଳାଶୁଣୀ ନାଳ ଉପରେ ୪ଟି ସେତୁ ନିର୍ମିତ ହୋଇଛି ।
୨୦୧୭ ତି୍ରସ୍ତରୀୟ ପଂଚାୟତ ନିର୍ବାଚନରେ ପି୍ରୟଦର୍ଶି ବାବୁଙ୍କର ସଫଳ ନିର୍ବାଚନ ପରିଚାଳନା ଯୋଗୁ ଉତର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗୋଟିଏ ମାତ୍ର ଜିଲ୍ଲା ପରିଷଦ ଆସନରେ ବିଜେଡ଼ି ପ୍ରାର୍ଥୀ ଯୁବନେତା କୁନାଲ୍ ରାଉତ ବହୁ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିବା ବେଳେ ବିଜେଡ଼ି ସମର୍ଥିତ ଅଧିକାଂଶ ୱର୍ଡ଼ମେମ୍ବର ଓ ସରପଂଚ ବିଜୟୀ ହୋଇଥିଲେ । ରାଜନୀତି, ସଂସ୍କୃତି ଓ ସମାଜସେବାର ମୂର୍ତିମନ୍ତ ପ୍ରତୀକ ପି୍ରୟଦର୍ଶି ବାବୁଙ୍କର ବହୁମୁଖୀ ଜନସ୍ୱାର୍ଥ ମୂଳକ କାର୍ଯ୍ୟ ତାଙ୍କୁ ସାଧାରଣ ଲୋକଙ୍କର ନିକଟତର କରିପାରିଛି । ତାଙ୍କର ପ୍ରଭାବଶାଳୀ ରାଜନୀତିକ କାର୍ଯ୍ୟକଳାପ ଓ ଉତ୍ସର୍ଗୀକୃତ ଜନସେବା ଯୋଗୁ ଭୁବନେଶ୍ୱର-ଉତର ବିଧାନସଭା ନିର୍ବାଚନମଣ୍ଡଳୀର ବୁଦ୍ଧିଜୀବୀ ଓ ଜନସାଧାରଣ ସମସ୍ତେ ଚାହୁଁଛନ୍ତି ପ୍ରିୟଙ୍କୁ ।
Breaking
Odisha Vikash Conclave 2025 to Unveil Roadmap for People-Centric, Climate-Smart Odisha@2036Joyalukkas‘Brilliance Diamond Jewellery Show’ in Bhubaneswar from 21st November to 7th December.Red Swastik Society and Team “Ladhei” distributed EV Scooties to the Differently-Abled.Bhubaneswar Leads Odisha’s Tech Revolution as AI and Digital Banking Reshapes SME Landscape: KotakBajaj Finserv Asset Management Limited launches its Banking and Financial Services Fund to tap into India’s evolving financial growth story