ଭୁବନେଶ୍ବର : ଦୁର୍ବୃତ୍ତମାନେ ଚନ୍ଦ୍ରଶେଖରପୁର ଥାନା ଅର୍ନ୍ତଗତ ନୀଳାଦ୍ରି ବିହାର ଅଞ୍ଚଳରେ ଘଟାଇଛନ୍ତି ଏଭଳି ଏକ ବଡ଼ ଧରଣର ଲୁଟପାଟ୍। ଜଣେ କଣ୍ଟ୍ରାଟରଙ୍କ ଘରେ କଳାକନା ବୁଲାଇ ଦେଇଛନ୍ତି। ଘରେ କେହି ନଥିବା ମଉକାରେ ଦୁର୍ବୃତ୍ତମାନେ ଘରେ ପଶି ଆଲ୍ମିରା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ନଗଦ ୧୦ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଅଭିଯୋଗ ପାଇବା ପରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ କରି ଫେରିଛି। ସୂଚନାନୁସାରେ ଚନ୍ଦ୍ରଶେଖରପୁର ଥାନା ନୀଳାଦ୍ରି ବିହାର ସେକ୍ଟର ୨/୩୧୩ ରେ ଭଡାଘରେ ରହୁଛନ୍ତି ମୟୂରଭଞ୍ଜ ବଡସାହିର ପଦ୍ମ ଲୋଚନ ମହନ୍ତ । ୨୪ ତାରିଖ ଦିନ ଶଳା ଘରକୁ ପତ୍ନୀ ଓ ପୁଅଙ୍କ ସହିତ ବୁଲିବାକୁ ଯାଇଥିଲେ । ଆଜି ସନ୍ଧ୍ୟା ୬ଟାରେ ପହଞ୍ଚି ଦେଖିଲେ ଘର ଖୋଲାଅଛି । ଭିତରକୁ ପସିଲା ବେଳକୁ ଦେଖିଲେ ୨ଟି ଆଲମିରା ଖୋଲା ସଙ୍ଗେ ସଙ୍ଗେ ଥାନାକୁ ଜଣାଇଥିଲେ । ଥାନା ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
Breaking
Galaxy Unpacked July 2025: How to Watch Live Streamରହସ୍ୟ ଉପରୁ ପରଦା ହଟିଲା ଅନୁପମ ପଟ୍ଟନାୟକଙ୍କ ଆଗାମୀ ଚଳଚ୍ଚିତ୍ର ‘ମନ୍ତ୍ରମୁଗ୍ଧ’ମିସ୍ ଓଡ଼ିଶା ଇଣ୍ଡିଆ ୨୦୨୫ ଗ୍ରାଣ୍ଡ ଫାଇନାଲInternational Yoga Day is celebrated by the Bharatiya Yoga SansathanFrom Cities to Heartlands: Samsung Solve for Tomorrow Sparks Innovation in Bihar and Jharkhand