ଯୁକ୍ତ ଦୁଇ ପରୀକ୍ଷା ପାଇଁ ଆସନ୍ତା ୧୬ ତାରିଖରୁ ଫର୍ମ ପୂରଣ ଆରମ୍ଭ
ଭୁବନେଶ୍ବର : ଯୁକ୍ତ ଦୁଇ ପରୀକ୍ଷା ପାଇଁ ଆସନ୍ତା ୧୬ ତାରିଖରୁ ଫର୍ମ ପୂରଣ ଆରମ୍ଭ ହେବ । ଏହା ୨୬ ତାରିଖ ଯାଏଁ ଚାଲିବ । ତେବେ ୫୦ ଟଙ୍କା ଫାଇନରେ ୨୭ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଫର୍ମ ପୂରଣ କରିପାରିବେ ଛାତ୍ରଛାତ୍ରୀ । ସେହିପରି ଡିସେମ୍ବର ୧ତାରିଖରୁ ଡିସେମ୍ବର ୪ ତାରିଖ ଯାଏଁ ୩୫୦ ଟଙ୍କା ଦେଇ ଫର୍ମ ପୂରଣ କରାଯାଇପାରିବ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ସୂଚନା ଦିଆଯାଇଛି ।