Breaking

ପ୍ଲାଟଫର୍ମ ଟିକେଟ ରେ ୧୦୦% ଦରବୃଦ୍ଧି!!!

0

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ:

ଏବେ ପ୍ଲାଟଫର୍ମରେ ପ୍ରବେଶ ପାଇଁ ଅଧିକ ଶୁଳ୍କ ଦେବାକୁ ପଡ଼ିବ। ରେଳବାଇ ଶୀଘ୍ର ଏହାର ପ୍ଲାଟଫର୍ମ ଟିକଟ୍‌ ଦର ୧୦୦ ପ୍ରତିଶତ ବୃଦ୍ଧି କରିବାକୁ ଧାର୍ଯ୍ୟ କରିଛି। ଯୋଜନାନୁଯାୟୀ, ନଭେମ୍ବର ମାସରେ ରେଳବାଇ ପ୍ଲାଟଫର୍ମ ଟିକଟ ମୂଲ୍ୟ ୧୦ ଟଙ୍କାରୁ ୨୦ ଟଙ୍କାକୁ ବୃଦ୍ଧି ହେବାକୁ ଯାଉଛି। ରେଳବାଇ ପକ୍ଷରୁ ଦେଶରେ ୧୦୦ରୁ ଅଧିକ‌ ‌‌ଷ୍ଟେସନରେ ୟୁଜର ‌ଡେଭଲପମେଣ୍ଟ ଫି(ୟୁଡିଏଫ୍‌) ଲାଗୁ ସ୍ବରୂପ ଉପରୋକ୍ତ ପଦକ୍ଷେପ ଗ୍ରହଣ କରାଯାଇଥିବାର ସୂଚନା ମିଳିଛି।
ସୂଚନାନୁଯାୟୀ ସମ୍ପ୍ରତି ରେଳବାଇ ଖୁବ୍‌ ଶୀଘ୍ର ଦେଶର ୧୨୧ଟି ଷ୍ଟେସନରେ ୟୁଡିଏଫ୍‌ ଲାଗୁ କରିବାକୁ ଯାଉଛି। ଏଥିପୂର୍ବରୁ ଦେଶର ପ୍ରମୁଖ ତଥା ବଡ ବଡ ‌ଷ୍ଟେସନରୁ ଯାତ୍ରା କ୍ଷେତ୍ରରେ ଯାତ୍ରୀଙ୍କ ଉପରେ ୟୁଜର ଡେଭଲପମେଣ୍ଟ ଫି ଲାଗୁ କରିବାକୁ ରେଳବାଇ ପକ୍ଷରୁ ଯୋଜନା କରାଯାଇଛି। ବଡ଼ ଷ୍ଟେସନ ଗୁଡିକରେ ଅତ୍ୟାଧୁନିକ ସୁବିଧା ଉପଲବ୍ଧି କ୍ଷେତ୍ରରେ ବର୍ତ୍ତମାନ ବିକାଶ କରାଯିବାକୁ ଥିବା ବଡ ଷ୍ଟେସନ ମଧ୍ୟରେ ମୁମ୍ବଇ, ଚଣ୍ଡିଗଡ, ଜୟପୁର, ଆନନ୍ଦବିହାର, ନାଗପୁର, ହବିବଗଞ୍ଜ ଏବଂ ବିଜୱାସନ୍‌ ଭଳି ପ୍ରମୁଖ ଷ୍ଟେସନ ଗୁଡ଼ିକର ନାମ ରହିଛି। ଏହିପରି ସରକାରୀ-ଘରୋଇ ସହଭାଗିତା ଭିତ୍ତିରେ କେନ୍ଦ୍ର ସରକାର ‌ଦେଶର ପ୍ରମୁଖ ଷ୍ଟେସନଗୁଡିକର ‌‌ବିକାଶ ଘଟାଇବା ଭଳି ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେବାକୁ ଯାଉଛନ୍ତି । ଏହି ବିକାଶ ପ୍ରକଳ୍ପ ଅଧୀନରେ ସରକାରଙ୍କ ଦ୍ଵାରା ନିଲାମ ପ୍ରକ୍ରିୟା ଜରିଆରେ ଘରୋଇ କମ୍ପାନୀ ମାନଙ୍କୁ ଭାଗ ନେବାକୁ ଆମନ୍ତ୍ରିତ କରାଯାଇଛି।

loading...

Leave A Reply

Your email address will not be published.