Breaking

କାର ଭିତରେ ଶିଶୁ କନ୍ୟାକୁ ଛାଡି ବାପା ମାଆ ଗାଏବ

0

ଢ଼େଙ୍କାନାଳ:ଢ଼େଙ୍କାନାଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଯାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । କାର ଭିତରେ ଦେଢ଼ ବର୍ଷର ଶିଶୁ କନ୍ୟାକୁ ଛାଡି ଗାଏବ ହୋଇଗଲେ ବାପା-ମାଆ । ପିଲାଟିର ସ୍ୱର ବାହାରକୁ ଶୁଭା ଯାଉ ନ ଥିଲେ ବି ଲୋକେ ଦେଖି ପାରୁଥିଲେ। ଗଦା ହୋଇଗଲେ ଲୋକେ। ଛୁଆଟିକୁ ବାହାରକୁ ଆଣିବା ପାଇଁ ଚେଷ୍ଟା କରିଥିଲେ ହେଁ ସଫଳ ହୋଇ ନ ଥିଲେ। କାରଣ କାରଟି ଲକ୍‌ ଥିଲା। ଛୁଆଟିର ବାପା-ମା’ଙ୍କୁ ଅନେକ ସମୟ ଯାଏ ଅପେକ୍ଷା କଲେ। ହେଲେ କାହାକୁ ପାଇ ନ ଥିଲେ। ଏମିତିରେ ବିତିଗଲା ଦେଢ ଘଣ୍ଟା। ଶିଶୁଟିର ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା। କୁନି ଝିଅଟି ଅଣନିଶ୍ୱାସୀ ହୋଇ ଗାଡିର କାଚ ପିଟିବାରୁ ଲୋକମାନେ କାଚ ଭାଙ୍ଗି ପିଲାଟିକୁ ଉଦ୍ଧାର କରିଛନ୍ତି । ଝିଅଟିକୁ ଉଦ୍ଧାର ପରେ ଡାକ୍ତରଖାନାରେ ଚିକିତ୍ସା କରାଯାଇଛି ।

loading...

Leave A Reply

Your email address will not be published.