Breaking

ପରିଚୟ ଫାଉଣ୍ଡେସନର ‘ନାଇନ୍ ଦେବୀସ୍‌’

ୱେବିନାରରେ ମହିଳା ସଫଳତାର କାହାଣୀ

0

ଓଡ଼ିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଦଶହରା ଓ ଦୀପାବଳି ଅବସରରେ ପରିଚୟ ଫାଉଣ୍ଡେସନ୍ ପକ୍ଷରୁ ପ୍ରେରଣାଦାୟୀ ବକ୍ତୃତା ‘ନାଇନ୍ ଦେବୀସ୍‌’ ଅନୁଷ୍ଠିତ ହୋଇଛି । ଫାଉଣ୍ଡେସନର ପ୍ରତିଷ୍ଠାତା ରୋଜାଲିନ ପାଟ୍ଟଶାଣୀ ମିଶ୍ରଙ୍କ ସଂଯୋଜନାରେ ଭର୍ଚୁଅ।।ଲ ଟକ୍ ସୋ ଆୟୋଜିତ ହୋଇଥିଲା । ବିଭିନ୍ନ କ୍ଷେତ୍ରରୁ ୯ଜଣ ଚର୍ଚ୍ଚିତ ତଥା ପ୍ରତିଷ୍ଠିତ ମହିଳା ୱେବିନାରରେ ଯୋଗ ଯୋଗ ଦେଇ ସେମାନଙ୍କ ସଫଳତାର କାହାଣୀ ବଖାଣିଥିଲେ ।
ଦିଲ୍ଲୀ ନିର୍ଭୟାଙ୍କ ମାଆ ଆଶା ଦେବୀ ୱେବିନାରରେ ଯୋଡ଼ି ହୋଇ ମହିଳାଙ୍କ ସୁରକ୍ଷା ଉପରେ ବିଭିନ୍ନ ମତ ରଖିଥିଲେ । ଦେବଯାନୀ ମହାନ୍ତି ତାଙ୍କ ସହ ଆଲୋଚନା କରିଥିଲେ । ଓଡିଶା ସୋସାଇଟି ଅଫ୍ ଆମେରିକାସ୍ (ଓଏସ୍‌ଏ) ସଭାପତି କୁକୁ ଦାସଙ୍କ ସହ ଜେକେସିଏମ ନିର୍ଦ୍ଦେଶିକା ଡା. ସଙ୍ଗୀତା ଗୋସାଇଁ ୱେବିନାରରେ ଆଲୋଚନା କରିଥିଲେ । ପଞ୍ଜାବର ଶାସ୍ତ୍ରୀୟ ସଙ୍ଗୀତା ନୃତ୍ୟାଙ୍ଗନା ପୂର୍ବା ପୁରୀଙ୍କ ସହ ଆଲୋଚନା କରିଥିଲେ ଡା. ମୀରା ନାଗପାଲ୍ ।
ବ୍ରିଟେନ୍‌ର ଚିକିତ୍ସା ବିଶେଷଜ୍ଞ ଡା. ମେହେନାଜ୍ ମେହବୁବଙ୍କ ସହ ଭାଗ୍ୟଶ୍ରୀ ଆଲୋଚନା କରିଥିଲେ । ଭିଜିଲାନ୍ସ ଏସ୍‌ପି ଶାରା ଶର୍ମା ୱେବିନାରରେ ଯୋଗ ଦେଇ ସାଂପ୍ରତିକ ସମୟରେ ମହିଳାଙ୍କ ବିଭିନ୍ନ ସମସ୍ୟା ଓ ସଶକ୍ତିକରଣ ଉପରେ ବକ୍ତବ୍ୟ ରଖିଥିଲେ । ଆର୍‌ଜେ ସ୍ମିତା ତାଙ୍କ ସହ ଆଲୋଚନା କରିଥିଲେ । ପ୍ରଥମ ମହିଳା ଅଡିଓଗ୍ରାଫର ନମିତା ନାୟକଙ୍କ ସହ ଧ୍ୱନି ଜୈନ୍ ଆଲୋଚନାରେ ଭାଗ ନେଇଥିଲେ । ବିଶିଷ୍ଟ ପ୍ରସୂତୀ ବିଶେଷଜ୍ଞ ଡା. ସୁଜାତା କରଙ୍କ ସହ ଡା. ନିଧି ଗର୍ଗ ଆଲୋଚନା କରିଥିଲେ । ମାନସୀ ପ୍ରଧାନଙ୍କ ସହ ଜ୍ୟୋତ୍ସା ପ୍ରିୟଦର୍ଶିନୀ ଓ ତନୟା ପଟ୍ଟନାୟକଙ୍କ ସହ ଦୀକ୍ଷା ତିୱାରୀ ଆଲୋଚନା କରିଥିଲେ ।

loading...

Leave A Reply

Your email address will not be published.