Breaking

ପରିଚୟ ଫାଉଣ୍ଡେସନର ୧୫ତମ ପ୍ରତିଷ୍ଠା ଦିବସ

ଫୁଲବାଣୀରେ ୫୦୦ ପରିବାରକୁ ସୌର ଲଣ୍ଠନ

0

ଫୁଲବାଣୀ : ରାଜ୍ୟର ଅଗ୍ରଣୀ ସେ୍‌ଚ୍ଛାସେବୀ ସଂଗଠନ ପରିଚୟ ଫାଉଣ୍ଡେସନ୍ ଆଜି ତାର ୧୫ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ଏହି ଅବସରରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ୍ର ଆଲାମି ପଞ୍ଚାୟତରେ ୫୦୦ ପରିବାରକୁ ପର୍ଯ୍ୟ ।ୟକ୍ରମେ ସୌର ଲଣ୍ଠନ ପ୍ରଦାନ ଅଭିଯାନ ଆରମ୍ଭ ହୋଇଛି । ଆଜି ୧୦୦ ପରିବାରକୁ ଏହା ବଣ୍ଟାଯାଇଛି ।
ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ଚିଲଡ୍ରେନସ୍ ଫାଉଣ୍ଡେସନ୍ର ସହଯୋଗ ତଥା କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଅର୍ା) ଅଧୀନରେ ପରିଚୟ ଫାଉଣ୍ଡେସନ୍ ଏହି ଅଭିଯାନ ହାତକୁ ନେଇଛି । ଛାତ୍ରଛାତ୍ରୀ ଓ ମହିଳାମାନେ ଅନ୍ଧକାର ସମସ୍ୟାରେ ଯେଭଳି ନ ଯୁଝିବେ ସେଥିପାଇଁ ଏହି ପ୍ରୟାସ କରାଯାଇଛି ।
ସମାଜର ପଛୁଆ ଓ ଅବହେଳିତ ଲୋକଙ୍କ ପାଇଁ ପରିଚୟ ଫାଉଣ୍ଡେସନ୍ ସବୁବେଳେ କାମ କରିଆସିଛି । ମହିଳା, ବୁଣାକାର, କୋଭିଡ୍ କ୍ଷତିଗ୍ରସ୍ତ ବସ୍ତିବାସିନ୍ଦାଙ୍କ ସମେତ ସବୁ ବର୍ଗ ପାଇଁ ନିରନ୍ତର ସହାୟତା କରୁଛୁ । ଆଗକୁ ଉତ୍ସର୍ଗୀକୃତ ଭାବେ ଏହା ଜାରି ରଖିବୁ ବୋଲି ପରିଚୟ ଫାଉଣ୍ଡେସନ୍ ପ୍ରତିଷ୍ଠାତା ରୋଜାଲିନ୍ ପା;ଶାଣୀ କହିଛନ୍ତି । ଏହି ଅଭିଯାନରେ ସହାୟତା ପାଇଁ ଏସ୍ୱିଆଇକୁ ସେ କୃତଜ୍ଞତା ଜଣାଇଛନ୍ତି । ଅଭିଯାନରେ ସହାୟତା ପାଇଁ ଏସ୍ୱିଆଇ ରିଟେଲ୍ ଓ ଡିଜିଟାଲ ବ୍ୟାଙ୍କିଙ୍ଗ୍ ବିଭାଗ ଏମ୍ଡି ସିଏସ୍ ସେ;ୀ, ଭୁବନେଶ୍ୱର ସର୍କଲ୍ର ସିଜିଏମ୍ ବିଦ୍ୟା କ୍ରିଷ୍ଣନ୍‌ଙ୍କ ସମେତ କନ୍ଧମାଳ ସାଂସଦ ଅଚୁୟତ ସାମନ୍ତ, ଦେବେନ୍ଦ୍ର ସାମଲ ଓ ଭାଗିରଥୀ, ମିନର୍ଭ । ପ୍ରିୟଦର୍ଶିନୀ ଓ ପ୍ରଫୁଲ୍ଲ ସିଂ ସାମନ୍ତଙ୍କୁ ଶ୍ରୀମତୀ ପା;ଶାଣୀ ଧନ୍ୟବାଦ ଜଣାଇଛନ୍ତି ।

loading...

Leave A Reply

Your email address will not be published.