ଫୁଲବାଣୀ : ରାଜ୍ୟର ଅଗ୍ରଣୀ ସେ୍ଚ୍ଛାସେବୀ ସଂଗଠନ ପରିଚୟ ଫାଉଣ୍ଡେସନ୍ ଆଜି ତାର ୧୫ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ଏହି ଅବସରରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ୍ର ଆଲାମି ପଞ୍ଚାୟତରେ ୫୦୦ ପରିବାରକୁ ପର୍ଯ୍ୟ ।ୟକ୍ରମେ ସୌର ଲଣ୍ଠନ ପ୍ରଦାନ ଅଭିଯାନ ଆରମ୍ଭ ହୋଇଛି । ଆଜି ୧୦୦ ପରିବାରକୁ ଏହା ବଣ୍ଟାଯାଇଛି ।
ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ଚିଲଡ୍ରେନସ୍ ଫାଉଣ୍ଡେସନ୍ର ସହଯୋଗ ତଥା କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସ୍ଅର୍ା) ଅଧୀନରେ ପରିଚୟ ଫାଉଣ୍ଡେସନ୍ ଏହି ଅଭିଯାନ ହାତକୁ ନେଇଛି । ଛାତ୍ରଛାତ୍ରୀ ଓ ମହିଳାମାନେ ଅନ୍ଧକାର ସମସ୍ୟାରେ ଯେଭଳି ନ ଯୁଝିବେ ସେଥିପାଇଁ ଏହି ପ୍ରୟାସ କରାଯାଇଛି ।
ସମାଜର ପଛୁଆ ଓ ଅବହେଳିତ ଲୋକଙ୍କ ପାଇଁ ପରିଚୟ ଫାଉଣ୍ଡେସନ୍ ସବୁବେଳେ କାମ କରିଆସିଛି । ମହିଳା, ବୁଣାକାର, କୋଭିଡ୍ କ୍ଷତିଗ୍ରସ୍ତ ବସ୍ତିବାସିନ୍ଦାଙ୍କ ସମେତ ସବୁ ବର୍ଗ ପାଇଁ ନିରନ୍ତର ସହାୟତା କରୁଛୁ । ଆଗକୁ ଉତ୍ସର୍ଗୀକୃତ ଭାବେ ଏହା ଜାରି ରଖିବୁ ବୋଲି ପରିଚୟ ଫାଉଣ୍ଡେସନ୍ ପ୍ରତିଷ୍ଠାତା ରୋଜାଲିନ୍ ପା;ଶାଣୀ କହିଛନ୍ତି । ଏହି ଅଭିଯାନରେ ସହାୟତା ପାଇଁ ଏସ୍ୱିଆଇକୁ ସେ କୃତଜ୍ଞତା ଜଣାଇଛନ୍ତି । ଅଭିଯାନରେ ସହାୟତା ପାଇଁ ଏସ୍ୱିଆଇ ରିଟେଲ୍ ଓ ଡିଜିଟାଲ ବ୍ୟାଙ୍କିଙ୍ଗ୍ ବିଭାଗ ଏମ୍ଡି ସିଏସ୍ ସେ;ୀ, ଭୁବନେଶ୍ୱର ସର୍କଲ୍ର ସିଜିଏମ୍ ବିଦ୍ୟା କ୍ରିଷ୍ଣନ୍ଙ୍କ ସମେତ କନ୍ଧମାଳ ସାଂସଦ ଅଚୁୟତ ସାମନ୍ତ, ଦେବେନ୍ଦ୍ର ସାମଲ ଓ ଭାଗିରଥୀ, ମିନର୍ଭ । ପ୍ରିୟଦର୍ଶିନୀ ଓ ପ୍ରଫୁଲ୍ଲ ସିଂ ସାମନ୍ତଙ୍କୁ ଶ୍ରୀମତୀ ପା;ଶାଣୀ ଧନ୍ୟବାଦ ଜଣାଇଛନ୍ତି ।
Breaking
BMPS TAKSHILA SCHOOL – AVISHKAAROdisha is proud of a generation of youth who are conscious, committed, and courageous. You are rooted in tradition and ready to lead in innovation,” said the GovernorIndia’s First Probiotic Cheese Brand ‘Curious Cheese’ Launches in OdishaManaging Life with High LDL Cholesterol: What You Need to KnowIIMT’s Commitment to International Collaboration and Academic Excellence