Breaking

“ବନ୍ଦେଉତ୍କଳ ଜନନୀକୁ, ସ୍କୁଲ ପାଠ୍ୟକ୍ରମରେ ସାମିଲ୍ କରି ରାଜ୍ୟବାସୀଙ୍କୁ ଦିପାବଳୀ ଭେଟି ଦେଲେ ମୁଖ୍ୟମନ୍ତ୍ରୀ, ଅଭିନନ୍ଦନ ଜଣାଇଲେ – ପାଇକ ମହାସଂଘ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

କାନ୍ତ କବୀ ଲକ୍ଷ୍ମୀକାନ୍ତଙ୍କ ଦ୍ୱାରା ରଚିତ “ବନ୍ଦେଉତ୍କଳ ଜନନୀ” ରାଜ୍ୟ ସଂଗୀତକୁ ନବମ ଓ ଦଶମ ଶ୍ରେଣୀ ପାଠ୍ୟ ପୁସ୍ତକରେ ସାମିଲ କରିବାପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଲା ନିଖିଳ ଓଡ଼ିଶା ପାଇକ ମହାସଂଘ । ମହାସଂଘର ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉତ୍କଳ ଜନନୀ ପ୍ରୀତି ବା ଓଡ଼ିଆ ପ୍ରୀତିର ପଟ୍ଟାନ୍ତର ନାହିଁ ବୋଲି ପ୍ରକାଶ କରିଛନ୍ତି । ଜଣେ ସଚ୍ଚୋଟ ମାତୃଭକ୍ତିର ପରିଚୟ ପ୍ରଦାନକରି ମାନ୍ୟବର ମୁଖ୍ୟମନ୍ତ୍ରୀ “ବନ୍ଦେ ଉତ୍କଳ ଜନନୀ” କୁ ରାଜ୍ୟ ସଂଗୀତର ମାନ୍ୟତା ପ୍ରଦାନ କରିଥିଲେ ତଥା ଗତ ମଇ ୩୦ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ ସାଢେ ଚାରିକୋଟି ଓଡ଼ିଆ, ଓଡ଼ିଶା ତଥା ସାରା ବିଶ୍ୱର କୋଣ ଅନୁକୋଣରେ ଥିବା ଓଡ଼ିଆମାନେ ଏହି ମାତୃ ବନ୍ଦନାକୁ ଏକ ସମୟରେ ଗାନ କରି ଓଡ଼ିଆ ପ୍ରୀତିର ପରିଚୟ ପ୍ରଦାନ କଲେ । ଏଣିକି ମାଧ୍ୟମିକ ସ୍ତରରେ ସ୍କୁଲ ପାଠ୍ୟକ୍ରମରେ ଏହା ସ୍ଥାନ ପାଇବା ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଆଜି ଏ ସଂକ୍ରାନ୍ତରେ ସରକାରୀ ବିଜ୍ଞପ୍ତି ପ୍ରକାଶିତ ହୋଇଛି । ଠିକ୍ ସେହିଭଳି ଓଡ଼ିଶାର ନିଜସ୍ୱ ସମରକଳା “ପାଇକ ଆଖଡ଼ାକୁ” ରାଜ୍ୟ କ୍ରିଡ଼ାର ମାନ୍ୟତା ସହିତ ଏହାକୁ ସ୍ୱୁଲ, କଲେଜରେ ସାମିଲ କରିବାପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ନିଖିଳ ଓଡ଼ିଶା ପାଇକ ମହାସଂଘ ପକ୍ଷରୁ ଦାବୀ କରରାଯାଇଛି । ଆଜ ଏହି ମର୍ମରେ ମହାସଂଘ ପକ୍ଷରୁ ପ୍ରଫେସର ଗାୟନ ସାମଲ, ଇଂ. ଶିବ ପ୍ରସାଦ ମିଶ୍ର, ସ୍ତମ୍ଭକାର ବିଭୂତି ଭୂଷଣ ସ୍ୱାଇଁ, ପାଇକ ବିଶାରଦ କେଦାର ଦାସ, ପାଇକ ଗୁରୁ ପୂର୍ଣ୍ଣଚନ୍ଦ୍ର ପାଟ୍ଟଶାଣୀ, ବର୍ଷିୟାନ ଗୁରୁ ଭାସ୍କର ସୁନ୍ଦରାୟ, ଦଳବେହେରା ମନୋରଂଜନ ପଶ୍ଚିମ କବାଟ, ବାଣପୁର ପାଇକ ସର୍ଦ୍ଦାର ରଂଜନ ବଳିୟାର ସିଂହ, କଟକ ଜିଲ୍ଲା ସଭାପତି ରାଜକିଶୋର ବେହେରା ଭୂବନେଶ୍ୱର ପାଇକ ମହାରଥି ଅଜୟ ନାଏକ ପ୍ରଭୃତି ଅଭିନନ୍ଦନ ଜ୍ଞାପନ କରିଛନ୍ତି ।

loading...

Leave A Reply

Your email address will not be published.