Breaking

ପୁଣି ସିଲ୍ ହେଲା ଘରୋଇ କଲେଜ୍

0

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ:

କୋଭିଡ କଟକଣା ଉଲଂଘନ କରି ସିଲ୍ ହୋଇଛି ରାଜଧାନୀ ର ଘରୋଇ ମ୍ୟାନେଜମେଣ୍ଟ କଲେଜ୍। ପଳାଶପଲ୍ଲୀ ସ୍ଥିତ ଅକ୍ସଫୋର୍ଡ କଲେଜକୁ ସିଲ୍ କରିଛି ବି ଏମ ସି।
ସୂଚନା ଥାଉ କି ଗତକାଲି ପଟିଆ ସ୍ଥିତ ସିଲିକନ୍ କଲେଜ୍ କୁ ମଧ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ସିଲ୍ କରାଯାଇଥିଲା। ଏହା ପୂର୍ବରୁ ଏକ ଘରୋଇ କୋଚିଂ ସେଣ୍ଟର କୁ ମଧ୍ୟ ସିଲ୍ କରାଯାଇଥିଲା।
କରୋନା ସଂକ୍ରମିତ ଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାକୁ ଲାଗିଥିବା ବେଳେ ଶିକ୍ଷାନୁଷ୍ଠାନ ମାନଙ୍କୁ କୋଭିଡ୍ ନିୟମର କଡ଼ାକଡ଼ି ପାଳନ ସହିତ ପାଠ୍ୟକ୍ରମ ଆରମ୍ଭ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ତେବେ ଶିକ୍ଷାନୁଷ୍ଠାନ ଗୁଡ଼ିକ ସେ ନିୟମ ଗୁଡ଼ିକୁ ଉଲଂଘନ କରୁଥିବା ନେଇ ସାଧାରଣରେ ଚିନ୍ତା ର ବିଷୟ ପାଲଟିଛି।

loading...

Leave A Reply

Your email address will not be published.