Breaking

ପିଆଜ କରୁଛି ପକେଟ ଫାଙ୍କା

କାଟିଲେ ନୁହ କିଣିଲେ ବୋହୁଛି ଆଖିରୁ ଲୁୁହ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ରାଜ୍ୟରେ ପିଆଜ ମୂଲ୍ୟ ଆକାଶ ଛୁଆଁ ହୋଇ କିଲୋ ପ୍ରତି ୯୦ ଟଙ୍କା ରେ ପହଞ୍ଚିଛି। ରାଜ୍ୟ ଖାଦ୍ୟ ଯୋଗାଣ ଏବଂ ଖାଉଟି ସୁରକ୍ଷା ଅଧିକାରୀ ଭି ଭି ଯାଦବଙ୍କ କହିବା ଅନୁସାରେ ପିଆଜ ଆମଦାନୀ ହେଉଥିବା ରାଜ୍ୟ ମାନଙ୍କରେ ଫସଲ ନଷ୍ଟ ହେବାରୁ ପିଆଜ ଯୋଗାଣରେ ବାଧା ସୃଷ୍ଟି ହୋଇଛି।
ପିଆଜ ଦରକୁ ନିୟନ୍ତ୍ରଣ ରେ ରଖିବା ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି ବୋଲି ସ୍ପଷ୍ଟୀକରଣ ଦେବା ସତ୍ତ୍ୱେ ପିଆଜର ଏପରି ଦର ବୃଦ୍ଧିକୁ ସାଧାରଣରେ ନିନ୍ଦା କରାଯାଉଛି।
ଅନ୍ୟ ପକ୍ଷରେ ବେପାରୀ ମାନଙ୍କ କହିବା ଅନୁସାରେ ନୂଆ ପିଆଜ ବଜାରକୁ ଆସିଗଲେ ପିଆଜ ଦରରେ ହ୍ରାସ ଘଟିବାର ସମ୍ଭାବନା ରହିଛି। ତଥାପି ଆଗାମୀ ଦୁଇ ମାସ ଆହୁରି ପିଆଜ ଦର ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି।
ଜିଲ୍ଲାରେ ପିଆଜ ମୂଲ୍ୟ ଉପରେ କଡ଼ା ନଜର ରଖିବା ପାଇଁ ଜିଲ୍ଲପାଳମାନଙ୍କୁ ରାଜ୍ୟ ଖାଦ୍ୟ ଯୋଗାଣ ଏବଂ ଖାଉଟି ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

loading...

Leave A Reply

Your email address will not be published.