ନୂଆଦିଲ୍ଲୀ: ରାନୁ ମଣ୍ଡଳଙ୍କ ପରେ ଏବେ ଜଣେ ୨ ବର୍ଷର ଶିଶୁର ଭିଡ଼ିଓ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି। ଏହି ଭିଡିଓରେ ଶିଶୁଟି ଲତା ମଙ୍ଗେସକରଙ୍କର ପ୍ରସିଦ୍ଧ ଗୀତ ‘ଲଗ ଜା ଗଲେ…’ ଗାଉଥିବାର ନଜର ଆସୁଛନ୍ତି । ଏହି ଶିଶୁଟିର ନାଁ ପ୍ରଜ୍ଞା ମେଧା । ତାଙ୍କ ବୟସର ପିଲା ଠିକ୍ରେ କଥା କହିପାରୁନଥିବେ , ହେଲେ ଏହି ଶିଶୁଟିର ଗୀତ ଗାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଶିଶୁଟି ଏହି ଗୀତଟିକୁ ବହୁତ ସୁନ୍ଦର ସ୍ୱରରେ ଗାଉଛନ୍ତି । ଆଉ ସମସ୍ତେ ଶିଶୁଟିର ଏହି ଭିଡ଼ିଓକୁ ବହୁ ମାତ୍ରାରେ ସେୟାର କରୁଛନ୍ତି । ଉଲ୍ଲେଖନୀୟ ଯେ, ଏହି ଗୀତ ୧୯୬୪ ମସିହାରେ ରିଲିଜ୍ ହୋଇଥିଲା ଫିଲ୍ମ ନାମ ଥିଲା ‘ଓ୍ବୋ କୌନ୍ ହୈ’।
Breaking
Reliance Digital unveils its newly launched store in Bapuji Nagar, Bhubaneswar.Utkal Builders Limited, Bhubaneswar conferred with prestigious Times Business Awards “Trusted Developer of the Year”ବିଦେଶରେ ଡ଼ାକ୍ତରୀ ଶିକ୍ଷା ନିମନ୍ତେ ବାଟ ଦେଖାଉଛି ଏଡ଼ୁନମ୍Samsung Led the First Wave of India’s Festive Season Sale in 2024: TechInsightsଇନଫୋସିଟିରେ ଖୋଲିଲା ଓଡିଶ୍ରୀ ବିରିୟାନୀ ରେସ୍ତୋରାଁ