Breaking

ଆସନ୍ତାକାଲିଠୁ ଆନ୍ଦୋଳନରେ ବସିବ ପୋଲିସ ମହାସଂଘ

0

ଭୁବନେଶ୍ବର : ଓଡିଶା ପୋଲିସ ସର୍ଭିସ ଆସୋସିଏସନ୍‌ କରିବ ଆନ୍ଦୋଳନ । ଓଡିଶା ପୋଲିସ ହାବିଲଦାର, କଷ୍ଟେବଳ ଓ ସିପାହୀ ଆସୋସିଏସନ୍‌ ଆନ୍ଦୋଳନ କରିବେ । ଆନ୍ଦୋଳନରେ ସାମିଲ ହେବେ ୭୨ ହଜାର ପୋଲିସ କର୍ମଚାରୀ । ୪ ଦଫା ଦାବିରେ ଆନ୍ଦୋଳନ କରିବେ ପୋଲିସ କର୍ମଚାରୀ । କାଲିଠୁ କଳାବ୍ୟାଜ ପିନ୍ଧି କାମ କରିବେ ପୋଲିସ କର୍ମଚାରୀ । ଦାବି ପୂରଣ ନ ହେଲେ ଆସନ୍ତା ୮ତାରିଖରୁୁ ୧୦ ଯାଏଁ କାର୍ଯ୍ୟବନ୍ଦ କରିବେ ୭୨ ହଜାର ପୋଲିସ କର୍ମଚାରୀ ।
୧୦ ତାରିଖ ପରେ ସମୂହ ଛୁଟି ନେବା ପାଇଁ ଚେତାବନୀ ଦେଇଛନ୍ତି । ଓଡିଶା ପୋଲିସ ସମନ୍ଵୟ କମିଟି ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । କଣ୍ଟ୍ରାକ୍‌ଚୁଆଲ ବ୍ୟବସ୍ଥା ଉଚ୍ଛେଦ, ସ୍ୱାସ୍ଥ୍ୟ ବୀମା ପ୍ରଦାନ, ସମସ୍ତ ପ୍ରକାର ଭତ୍ତା ବୃଦ୍ଧି, ସିପାହୀଙ୍କ ମାସିକ ଦରମା ୨୦ ହଜାରରୁ ୪୦ ହଜାରକୁ ବୃଦ୍ଧି ଦାବି କରିଛନ୍ତି । ଗତକାଲି ପୋଲିସ ସଂଘ କର୍ମକର୍ତ୍ତା ରାଜ୍ୟ ଗୃହ ସଚିବ ଏବଂ ଅର୍ଥ ସଚିବଙ୍କ ସହ ଦାବି ନେଇ ଆଲୋଚନା କରିଥିଲେ । କିନ୍ତୁ ଆଲୋଚନାରୁ କୌଣସି ଫଳାଫଳ ବାହାରି ପାରିନଥିଲା।

loading...

Leave A Reply

Your email address will not be published.