Breaking

ଚାକିରୀ ପାଇବାର ନୂଆ ଠିକଣା ଓଡିଶା ଜବ ଅପଡେଟସ୍

0

ଭୁବନେଶ୍ୱର : ଆମେ ପାଠ ପଢ଼ୁଛେ କଣ ପାଇଁ? ଖଣ୍ଡେ ଚାକିରୀ ପାଇଁ । ଚାକରି କେମିତି ପାଇବା ? ଚାକିରୀ ସମ୍ବନ୍ଧୀୟ ସୂଚନା ପାଇଲେ ତ ଚାକିରି ପାଇଁ ଆବେଦନ କରିପାରିବା । ହେଲେ ଚାକିରୀ ସୂଚନା ପାଇବା କେଉଁଠୁ ? ଏଥିପାଇଁ ଚିନ୍ତା କରନ୍ତୁନି । ଏବେ ଚାକିରୀ ର ସମସ୍ତ ସୂଚନା ‘ ଓଡିଶା ଜବ ଅପଡେଟସ୍ ‘ ୟୁଟୁବ ଚ୍ୟାନେଲ ନେଇ ଆସିଛି । ୨୪*୭ ଅପଡେଟସ । ଏହା ପୁଣି ସମ୍ପୂର୍ଣ ମାଗଣାରେ ।
ସରକାରୀ ହେଉ ଅବା ବେସରକାରୀ । କେଉଁଠି ପଦବୀ ଖାଲି ପଡିଛି କେଉଁ ବିଭାଗରେ କେତେ ପଦବୀ ଅଛି ଟିକିନିକି କଥା ଏବେ ‘ ଓଡିଶା ଜବ ଅପଡେଟସ୍ ‘ ୟୁଟୁବ ଚ୍ୟାନେଲରେ । ଖାଲି ସେତିକି ନୁହଁ – କେମିତି ଆବେଦନ କରିବେ, କଣ ଡକୁମେଣ୍ଟ ଦରକାର, ସମସ୍ତ କଥା ବୁଝି ପାରିବେ । ଏହା ସହିତ ଉକ୍ତ ଚାଁନେଲରେ କମ୍ପେଟିଟିଭ ପ୍ରସ୍ତୁତ ହେଉଛନ୍ତି ସେମାନଙ୍କ ପାଇଁ ଗାଇଡ଼ କରାଯାଉଛି । ଏଭଳି ନିରନ୍ତର ଅପଡେଟସ ପାଇଁ ‘ ଓଡିଶା ଜବ ଅପଡେଟସ୍’ ୟୁଟୁବ ଚ୍ୟାନେଲ ଓଡ଼ିଶାର 1 ନମ୍ବର ହୋଇପାରିଛି । ଏବେ ଶୁଦ୍ଧ ଏହି ଚ୍ୟାନେଲ ରେ ଓଡିଶାରୁ ୨ଲକ୍ଷ ୩୨ ହଜାର ଛାତ୍ର ଛାତ୍ରୀ ଯୋଡି ହୋଇସାରିଲେଣି ।
ଏ ନେଇ ପ୍ରତିଷ୍ଠାତା ଅରୁଣୋଦୟ ଦାସ (ଆଦି) କୁହନ୍ତି, ମୋର ଲକ୍ଷ ଓଡ଼ିଶାର ପ୍ରତେକଙ୍କ ପାଖରେ ପହଂଚିବା । ଆଗାମୀ ୨୦୨୦ ସୁଦ୍ଧା ଯେମିତି ସମସ୍ତେ ହାତ ମୁଠାରେ ଚାକିରୀ ସୂଚନା ପାଉଥିବେ । ଏଥିପାଇଁ ଆପଣ ମାନଙ୍କ ସହଯୋଗ ଦରକାର । ଏ ଲକ୍ଷ ମୋର ନୁହଁ ଆପଣମାନଙ୍କର, ଆପଣମାନେ ହିଁ ସମସ୍ତଙ୍କ ପାଖରେ ପହଂଚାଇ ପାରିବେ । ଭିଡ଼ିଓ କୁ ଲାଇକ , ସେୟାର କରନ୍ତୁ । ଆମେ ସମସ୍ତଙ୍କ ପାଖରେ ଆପେ ପହଂଚିପାରିବା । ସମସ୍ତଙ୍କୁ ଧନ୍ୟବାଦ ଦେଵି, ଯେଉଁମାନେ ‘ ଓଡିଶା ଜବ ଅପଡେଟସ୍’ ପରିବାର ସହ ଯୋଡି ହୋଇ ଅଛନ୍ତି ।

loading...

Leave A Reply

Your email address will not be published.