Breaking

ଏନ୍.ଆଇ.ଏଟି.ର ପ୍ରତିଷ୍ଠା ଦିବସରେ ସମ୍ମାନୀତ ହେଲେ ଓଡିଶା ନ୍ୟୁଜ୍ ଟୁଡେର ସହ ସମ୍ପାଦକ ରାଜୀବ ନୟନ ରଥ

0

ଭୁବନେଶ୍ୱର : ଏନ୍.ଆଇ.ଏ.ଟି ର ପ୍ରତିଷ୍ଠା ଦିବସ ଶୈଳଶ୍ରୀବିହାର ସ୍ଥିତ ମହର୍ଷି ମହିଳା ମହାବିଦ୍ୟାଳୟ ପଡିଆଠାରେ ଅନୁଷ୍ଠିତ ହୋଇଯାଇଛି । ଏକବିିଂଶ ଦଶନ୍ଧିରୁ ଆରମ୍ଭ ହୋଇଥିବା ଏହି ସଂସ୍ଥା ଅନେକ ଛାତ୍ରଛାତ୍ରୀମାନଙ୍କୁ କମ୍ପୁଟର ଶିକ୍ଷା ପ୍ରଦାନ କରି କୃତିତ୍ୱର ସହିତ ଉନ୍ନତି କରିଛି । ସମାଜର ବିଭିନ୍ନ ସାମାଜିକ ସ୍ରୋତରେ ସାମିଲ ହୋଇ ସଚେତନତା ସୃଷ୍ଟି କରିଛି । ସେ ମଧ୍ୟରେ ଶିକ୍ଷା, ସଂସ୍କୃତି, ଗମନାଗମନ, ବୃକ୍ଷରୋପଣ ଓ କଳାକୁ ବିଶେଷକରି ପ୍ରାଧାନ୍ୟ ଦେଇଆସିଛି । ଦକ୍ଷତା ବିକାଶ କ୍ଷେତ୍ରରେ ଏହି ଅନୁଷ୍ଠାନ ଓଡିଶାର ଅଗ୍ରଣୀ ଭୂମିକା ନେଇ କୋଣ ଅନୁକୋଣରେ ଦକ୍ଷତା ବିକାଶ କରିବା ସହିତ ଅନେକ ଛାତ୍ରଛାତ୍ରୀଙ୍କୁ ରୋଜଗାରର ପନ୍ଥା ଦେଇଛି । ବିଭିନ୍ନ ଦକ୍ଷତା ଅର୍ଜନ କରିଥିବା ଓ ସମାଜର ଉନ୍ନତି ପଥରେ କାମ କରୁଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନୀତ କରିିଛି ।


ପ୍ରତିବର୍ଷ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହେଉଥିଲେ ମଧ୍ୟ ଏଥର ଏକ ନିଆରା ପରମ୍ପରାକୁ ଆପଣାଇ ନେଇ ଧାର୍ମିକ ଭାବନା, ଚେତନାକୁ ଋଦ୍ଧିମନ୍ତ କରିବା ପାଇଁ ରାମକଥା ଜ୍ଞାନଜଜ୍ଞ ଆୟୋଜନ କରିଛି । ଏଥିରେ ବିଶିଷ୍ଟ ପ୍ରବଚକ ସନ୍ତୋଷ ସାହୁ ପ୍ରବଚନ ଦେଇ ଶିକ୍ଷାର୍ଥୀମାନଙ୍କର ମାନସିକ ଦକ୍ଷତା ଉପରେ ଧର୍ମର ପ୍ରଭାବ ପଡିଥାଏ । ଜଣେ ଶାନ୍ତ ସରଳ ଶାବଲୀଳ ହେବାପାଇଁ ଯୋଗ, ଧ୍ୟାନ ଅତ୍ୟନ୍ତ ସାହାଯ୍ୟ କରିଥାଏ ବୋଲି କହିଥିଲେ । ଏହି ଧାର୍ମକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ସମ୍ମାନୀତ ଅତିଥି ରୂପେ ଚିତ୍ତ ରଞ୍ଜନ ପଟ୍ଟନାୟକ, ପ୍ରଫୁଲ କୁମାର ମହାନ୍ତି ପ୍ରମୁଖ ଯୋଗଦାନ କରି ଧର୍ମୀୟ ଭାବନା ଧିରେ ଧିରେ କମିଯାଉଥିବା ବେଳେ ନିର୍ଦ୍ଦେଶକ ଦେବାଶିଷ ପରିଡାଙ୍କ ଏଭଳି କାର୍ଯ୍ୟକ୍ରମ ନିଶ୍ଚିତ ପ୍ରଭାବ ପକାଇବ ବୋଲି କହିଥିଲେ । ଏହି ଅବସରରେ ଓଡିଶା ନ୍ୟୁଜ୍ ଟୁଡେର ସହ ସମ୍ପାଦକ ରାଜୀବ ନୟନ ରଥଙ୍କୁ ସମ୍ମାନୀତ କରାଯାଇଥିଲା।। ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜୀବି, ବିଦ୍ୱାନମଣ୍ଣଳି ଓ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମ ଦୁଇଦିନ ଧରି ଏହି କାର୍ଯ୍ୟକ୍ରମ ଚାଲିଥିଲା।ଆଜି ଉଦ୍ଯାପନୀ ସନ୍ଧ୍ୟାରେ ସାଧୁ ସମ୍ମୀଳନୀ ଅନୁଷ୍ଠିତ ହୋଇଥିଲା ।

loading...

Leave A Reply

Your email address will not be published.