Breaking

କରୋନା ପାଇଁ ମୁଖ୍ୟମନ୍ତ୍ରୀ ନିଟ ଓ ଜେ.ଇ.ଇ ପରୀକ୍ଷା ଘୁଞ୍ଚାଇବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠିକୁ ଓଡିଶା ଅଭିଭାବକ ମହାସଂଘର ସ୍ୱାଗତ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ନିଟ ଓ ଜେ.ଇ.ଇ ପରୀକ୍ଷାକୁ ଘୁଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିସଙ୍କଙ୍କୁ ଚିଠି ଲେଖିଛନ୍ତି l ବର୍ତମାନ କରୋନା ଯେପରି ମାଡି ଚାଲିଛି ସେହି ପରିସ୍ଥିତିରେ ପରୀକ୍ଷା ଅନୁଷ୍ଠିତ ହେଲେ ପ୍ରତ୍ୟେକ ପରୀକ୍ଷା କେନ୍ଦ୍ର ମାନଙ୍କରେ ହଜାର ହଜାର ସଂଖ୍ୟା ରେ ପରୀକ୍ଷାର୍ଥୀ ଓ ଅଭିଭାବକ ମାନେ ରୁଣ୍ଡ ହେବେ l ଯଦି କୌଣସି କାରଣରୁ ଦୁର୍ଭାଗ୍ୟ ବଶତଃ କରୋନା ସଂକ୍ରମଣ ହୁଏ ସେଥିପାଇଁ କିଏ ଦାୟୀ ରହିବ l ଛାତ୍ର ଛାତ୍ରୀ ମାନେ ଆଗାମୀ ଭବିଷ୍ୟତ l ଭଗବାନ ନ କରନ୍ତୁ କିଛି ଅସୁବିଧା ହେଲେ ସେହି ପରିବାର ମାନଙ୍କର ଓ ପରୋକ୍ଷରେ ଦେଶର ପ୍ରଭୂତ କ୍ଷତି ଘଟିବ, ଯାହାକୁ ଭରଣା କରିବା ଅସମ୍ଭବ l ପରିସ୍ଥିତି ର ଭୟାବହତାକୁ ଲକ୍ଷ ରଖି ଓଡିଶା ଅଭିଭାବକ ମହାସଂଘ ଗତ 20 ତାରିଖ ଦିନ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖି ପରୀକ୍ଷା ଘୁଞ୍ଚାଇ ବାକୁ ନିବେଦନ କରିଥିଲା l ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପକୁ ମହାସଂଘ ସ୍ୱାଗତ କରିବା ସହିତ ଏ ସଂକ୍ରାନ୍ତ ରେ ପ୍ରଧାନମନ୍ତ୍ରୀଙ୍କ ସହିତ କଥା ହେବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛି l ଯେହେତୁ ପରୀକ୍ଷା ଆସନ୍ତା 13 ତାରିଖ ରେ ହେବା ପାଇଁ ସ୍ଥିର ହୋଇଛି ତେଣୁ ଏ ସଂକ୍ରାନ୍ତ ରେ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ର ଆବଶ୍ୟକତା ରହିଛି l ନବୀନ ପଟ୍ଟନାୟକଙ୍କ ଏହି ପଦକ୍ଷପକୁ ଅଭିଭାବକ ମାନେ ସ୍ୱାଗତ କରିଛନ୍ତି
ଅନ୍ୟ ପକ୍ଷରେ ବର୍ତମାନ ବସ, ଟ୍ରେନ ଓ ଅନ୍ୟାନ୍ୟ ପରିବହନ ବ୍ୟବସ୍ଥା ଠିକ ନାହିଁ ଓ କେତେକ ଅଂଚଳ ରେ ମଧ୍ୟ ଲକ ଡାଉନ ଓ ସଟ ଡାଉନ ହୋଇ ଯାଉଛି ତା ଛଡା ମାତ୍ର 7 ଟି କେନ୍ଦ୍ର ରେ ପରୀକ୍ଷା କରାଯିବା ମଧ୍ୟ ଏହି ସମୟରେ ଘୋର ଅସୁବିଧା ସୃଷ୍ଟି ହେବ l ତେଣୁ ତୁରନ୍ତ ଏହି ସମସ୍ୟା ର ସମାଧାନ କରି ଓଡିଶାର ପଚାଶ ହଜାରରୁ ଉର୍ଧ୍ଵ ଅଭିଭାବକ ଓ ଛାତ୍ର ଛାତ୍ରୀ ମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ ମହାସଂଘ ଦୃଢ଼ ଦାବୀ ଉପସ୍ଥାପନା କରିଛି l ଯେଉଁ ସମୟରେ ସବୁ ଅଫିସ ବନ୍ଦ ଅଛି, କୋର୍ଟ ବନ୍ଦ ସେହି ସମୟରେ ପିଲାଙ୍କୁ ଓ ଅଭିଭାବକ ମlନକୁ କରୋନା ମୁହଁକୁ ଠେଲିଦେବା ଅନ୍ୟାୟ ହେବ l ତୁରନ୍ତ ମୁଖ୍ୟମନ୍ତ୍ରୀ ପ୍ରଧାନ ମନ୍ତ୍ରୀଙ୍କ ସହ କଥା ହେଲେ ଏହାର ସମାଧାନ ହେଇପାରିବ l

loading...

Leave A Reply

Your email address will not be published.