Breaking

ନୟାପଲ୍ଲୀ ଥାନା ନୂତନ ଭାରପ୍ରାପ୍ତ ଅଧିକାରୀଙ୍କୁ ଅଭିନନ୍ଦନ ଜଣାଇଲେ ସମାଜସେବୀ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ସମାଜସେବୀ ତଥା ଶ୍ରୀ ମହାବୀର ସାମାଜିକ ସଂଗଠନ ର ସାଧାରଣ ସମ୍ପାଦକ,ଶ୍ରୀ ମହାବୀର ପୂଜା କମିଟି ର କାର୍ଯ୍ୟକାରୀ ସଭାପତି ମିଲନ କୁମାର ପାଇକରାୟ,ସମାଜସେବୀ ଅର୍ଜୁନ ବେହେରା ଆଜି ସାମାଜିକ ଦୂରତା ରକ୍ଷା କରି ନୂତନ କରି ଦାୟିତ୍ୱ ଗ୍ରହଣ କରିଥିବା ନୟାପଲ୍ଲୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ସାହୁ ଙ୍କୁ ଭେଟି ପୁଷ୍ପଗୁଛ ଦେଇ ଅଭିନନ୍ଦନ ଜଣାଇବା ସହ ଅଞ୍ଚଳର ଭଲ ପାଇଁ କିଛି ଆଲୋଚନା ମଧ୍ୟ କରିଥିଲେ.ଅନ୍ୟ ମାନଙ୍କ ମଧ୍ୟରେ ପ୍ରଭୁଦତ୍ତ ସାମଲ, ଅନୁଜ ଚନ୍ଦନ ନାୟକ,ଶୁଭେନ୍ଦୁ ନାୟକ,ସମିରଣ ଦାସ,ଓ ସର୍ବେଶ୍ୱର ବେହେରା ପ୍ରମୁଖ ଉପସ୍ଥିତ ଥିଲେ.ବିଶେଷ କରି ବରିଷ୍ଠ ନାଗରିକ ଙ୍କ ସୁରକ୍ଷା ଓ ଅନ୍ୟ ବିଷୟ ରେ ସମାଜସେବୀ ମିଲନ ପାଇକରାୟ ଓ ଅର୍ଜୁନ ବେହେରା ଆଲୋଚନା କରିଥିଲେ.କରନା ପରିସ୍ଥିତି ଟିକେ ସ୍ଥିର ହେଲା ପରେ ସାମାଜିକ ଦୂରତା ରକ୍ଷା କରି ବରିଷ୍ଠ ନାଗରିକ ଙ୍କ ସହ ସେମାନଙ୍କର ସୁରକ୍ଷା ପାଇଁ ଆଲୋଚନା କରାଯିବ ଓ ଯେଉଁ ବରିଷ୍ଠ ନାଗରିକ ମାନେ ବରିଷ୍ଠ ନାଗରିକ ପରିଚୟ ପତ୍ର ପାଇ ନାହାଁନ୍ତି ତାହାହେଲେ ତାଙ୍କୁ ସୁବିଧା କରି ବରିଷ୍ଠ ନାଗରିକ ପରିଚୟ ପତ୍ର ପ୍ରଦାନ କରାଯିବ ବୋଲି ନୂତନ କରି ଦାୟିତ୍ୱ ଗ୍ରହଣ କରିଥିବା ନୟାପଲ୍ଲୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ସାହୁ ପ୍ରତିଶୃତି ଦେଇଛନ୍ତି

loading...

Leave A Reply

Your email address will not be published.